କନକ ବ୍ୟୁରୋ : ବେଙ୍ଗାଲୁରରେ ଚାଞ୍ଚଲ୍ୟ । ଫ୍ରିଜରୁ ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ମିଳିବା ଘଟଣାରେ ବଢୁଛି ସସ୍ପେନସ୍ । କିଏ ଓ  କାହିଁକି ଏଭଳି ବିଭତ୍ସ ଭାବରେ ମହିଳାଙ୍କୁ ହତ୍ୟା କଲା ସେନେଇ ଖିଅ ଖୋଜି ପାଉନି ପୁଲିସ । ତେବେ ତଦନ୍ତ କରି  ଜଣେ ସନ୍ଦିଗ୍ଧଙ୍କୁ ଚିହ୍ନଟ କରିଛି ପୁଲିସ । ଏନେଇ କର୍ଣ୍ଣାଟକ ଗୃହମନ୍ତ୍ରୀ ଜି ପରମେଶ୍ୱର ସୂଚନା ଦେଇଛନ୍ତି । ସନ୍ଦିଗ୍ଧ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି।  ସେପ୍ଟେମ୍ବର ୨୧ରେ ବେଙ୍ଗାଲୁରର ଏକ ଫ୍ଲାଟରେ ଥିବା ରେଫ୍ରିଜେରେଟରରୁ ୩୦ ଖଣ୍ଡ କଟା ଶରୀର ମିଳିଥିଲା । ପରବର୍ତ୍ତୀ ସମୟରେ ଏହା ଜଣେ ୨୯ ବର୍ଷୀୟ ମହିଳା ମହାଲକ୍ଷ୍ମୀଙ୍କର ବୋଲି ଜଣାପଡିଥିଲା ।  ମୃତ ମହିଳା ଜଣକ ବିବାହିତ। କିନ୍ତୁ ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ରହୁଥିଲେ । ସେ ବେଙ୍ଗାଲୁରୁର ଏକ ମଲରେ କାମ କରୁଥିଲେ । ଘଟଣା ବାବଦରେ ଜାଣିବା ପରେ ତାଙ୍କ ସ୍ୱାମୀ ଆପାର୍ଟମେଣ୍ଟରେ ପହଞ୍ଚିଥିଲେ । ତେବେ ତାଙ୍କୁ କିଏ ଏବଂ କାହିଁକି ମାରିଲା, ସେନେଇ ତଦନ୍ତ ଚଳାଇଛି ପୁଲିସ। ତଦନ୍ତ ପରେ ରହସ୍ୟ ଉପରୁ ପରଦା ହଟିବ।