କନକ ବ୍ୟୁରୋ : ସବୁଦିନ ପରି ରାତିରେ ଖାଇବାକୁ ବସିଥିଲେ ଦିନବନ୍ଧୁ ଓ ତାଙ୍କ ପତ୍ନୀ ପୂଜା। ଏହି ସମୟରେ ହଠାତ ଘର ଭିତରକୁ ମାଡ଼ି ଆସିଥିଲେ ବାପା ଗୋବର୍ଦ୍ଧନ । ଆଉ କେହି କିଛି ବୁଝିବା ଆଗରୁ ପୁଅ ଓ ବୋହୂ ଉପରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଥିଲେ ଗୋବର୍ଦ୍ଧନ । ନିଜର ମା' ଆଗରେ ଏଭଳି ନୃଶଂସ କାଣ୍ଡ ଘଟାଇଥିଲା ନିଶାଖୋର ପୁଅ ଗୋବର୍ଦ୍ଧନ । ଦେଖୁ ଦେଖୁ ପୂରା ଜଳିଯାଇଥିଲେ ବୋହୂ ପୂଜା । ଗୁରୁତର ଅବସ୍ଥାରେ ଉଭୟ ଦୀନବନ୍ଧୁ ଓ ପୂଜାଙ୍କୁ ହସ୍ପିଟାଲ ନିଆଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ବୋହୂ ଆଖି ବୁଜିଥିବା ବେଳେ ପୁଅ ଦୀନବନ୍ଧୁଙ୍କ ୮୦ ପ୍ରତିଶତ ଶରୀର ଜଳିଯାଇଥିବାରୁ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ।
ସ୍ତ୍ରୀ ମରିଯାଇଥିବାରୁ ୬୫ ବର୍ଷ ବୟସରେ ପୁଣି ବିବାହ କରିବାକୁ ଚାହୁଁଥଲା ଗୋବର୍ଦ୍ଧନ। ଏପରିକି ଗୋବର୍ଦ୍ଧନଙ୍କ କିଛି ଖରାପ ଅଭ୍ୟାସ ଥିବା ଜାଣିବାକୁ ପାଇଥିଲେ ପୁଅ ଦୀନବନ୍ଧୁ । ଯେଉଁଥିପାଇଁ ବାପାଙ୍କୁ ଅତିରିକ୍ତ ଟଙ୍କା ଦେବାକୁ ମନା କରିଦେଇଥିଲେ । ଆଉ ଏଥିରେ ଉତକ୍ଷୀପ୍ତ ହୋଇ ପୁଅ ଓ ବୋହୂକୁ ଜୀବନରୁ ମାରିଦେବାକୁ ନିଷ୍ପତ୍ତି ନେଇଥିଲେ ଗୋବର୍ଦ୍ଧନ ।
ଦୀନବନ୍ଧୁ ବର୍ତ୍ତମାନ କଟକ ଏସସିବିରେ ଚିକିତ୍ସାଧୀନ ଥିବା ବେଳେ ଅଭିଯୁକ୍ତ ବାପାଙ୍କର ମଧ୍ୟ ଚିକିତ୍ସା ଚାଲିଛି। ପୁଲିସ ୩୦୩ ଓ ୩୦୭ ଦଫାରେ ମୋକଦ୍ଦମା ରୁଜୁ କରିଛି। ସୁସ୍ଥ ହେବା ପରେ ଗୋବର୍ଦ୍ଧନଙ୍କୁ ଗିରଫ କରାଯିବ ବୋଲି ସୂଚନା ଦେଇଛି ପୁଲିସ।