କନକ ବ୍ୟୁରୋ : ଜନ୍ମକଲା ପୁଅକୁ ଅଠର ହଜାର ଟଙ୍କାରେ ବିକ୍ରି କରିଦେଲା ଜନ୍ମକଲା ମା।  ଯାଜପୁର ଟାଉନ ଥାନା ବଡସୁଆର ପଂଚାୟତ ତୋଟାସାହିର ପ୍ରଶାନ୍ତ ପରିଡ଼ାଙ୍କ ପତ୍ନୀ ପୂଜା ପରିଡା ନିଜ ପୁଅକୁ ବିକ୍ରି କରିଥିବା ଅଭିଯୋଗ ହୋଇଛି । ୪ ବର୍ଷ ପୂର୍ବେ ସ୍ବାମୀ ପ୍ରଶାନ୍ତଙ୍କ ସହ ଝଗଡ଼ା କରି ବାପଘରକୁ ଯାଇଥିଲେ ପୂଜା । ଗଲାବେଳେ ସାଙ୍ଗରେ ୩ ବର୍ଷର ପୁଅକୁ ନେଇ ଚାଲିଯାଇଥିଲେ । ହେଲେ ଏବେ ୪ ବର୍ଷ ପରେ ପୁଣି ଫେରିଲା ବେଳକୁ ସାଙ୍ଗରେ ପୁଅକୁ ନେଇ ଆସିନଥିଲେ । ୭ ବର୍ଷର  ପୁଅ ସାଇରାମ କୁଆଡେ ଗଲା ପ୍ରଶ୍ନ କରିବାରୁ, ପୁଅକୁ ୧୮୦୦୦ ଟଙ୍କାରେ ବିକିଦେଇଥିବା କହିଥିଲେ ପୂଜା । ପୁଅକୁ ସ୍ତ୍ରୀ ବିକି ଦେଇଥିବା ଜାଣି ଭାଙ୍ଗି ପଡିଛନ୍ତି ବାପା ଓ ଜେଜେମା । ଏ ନେଇ ପରିବାର ଲୋକ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏପଟେ ସ୍ତ୍ରୀ ପୂଜା ପରିଡ଼ା ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । 

Advertisment