କନକ ବ୍ୟୁରୋ: ଟେନିସ୍ ସେନ୍ସେସନ୍ ସାନିଆ ମିର୍ଜାଙ୍କ ପୂର୍ବତନ ପାକିସ୍ତାନୀ କ୍ରିକେଟର୍ .ସୋଏବ୍ ମଲିକ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଛାଡ଼ପତ୍ର ଚର୍ଚ୍ଚା ଶୁଣିବାକୁ ମିଳୁଛି । ୨୦୨୪ରେ ଏ ଦୁହେଁ ବିବାହ କରି ଚର୍ଚ୍ଚାକୁ ଆସିଥିଲେ । ଯଦିଓ ଏ ଦୁହେଁ ନିଜେ ଏଯାଏଁ କୌଣସି ଔପଚାରିକ ମତ ପ୍ରକାଶ କରିନାହାଁନ୍ତି କିନ୍ତୁ ଇନଷ୍ଟାରେ ଏକ ଭିଡିଓରୁ ଏନେଇ ଗୁଜବ ହେଉଛି ।

Advertisment

22

ଭାରତୀୟ ଟେନିସ୍ ଷ୍ଟାର ସାନିଆ ମିର୍ଜାଙ୍କ ପୂର୍ବ ସ୍ବାମୀ ସୋଏବ୍ ପୁଣିଥରେ ଛାଡ଼ପତ୍ରକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ଜାତୀୟ ଗଣମାଧ୍ୟମ ଖବର ଅନୁସାରେ, ସୋଏବ ତୃତୀୟ ପତ୍ନୀ ସନା ଜାବେଦଙ୍କଠାରୁ ଛାଡ଼ପତ୍ର ନେବେ । ଏହି ଦୁଇଜଣ ୨୦୨୪ରେ ବିବାହ କରି ସମସ୍ତଙ୍କ ଚମକାଇଦେଇଥିଲେ ।ଏହା ଆଗରୁ ସୋଏବ୍ ସାନିଆ ମିର୍ଜାଙ୍କ ସହ ୧୪ ବର୍ଷ ବିବାହ ସମ୍ପର୍କରେ ଥିଲେ । ଦୁହିଁଙ୍କର ପୁଅଟିଏ ଅଛି । ପୁଅ ଇଜହାନ ସହ ସାନିଆ ଦୁବାଇରେ ରହୁଛନ୍ତି ।

sania

ଏବେ Siasat.xom  ଅନୁସାରେ,  ସୋଏବ ଓ ସନା ଜାବେଦଙ୍କ ଭିତରେ କିଛି ଠିକଠାକ୍ ନାହିଁ । ଦୁହେଁ ଛାଡ଼ପତ୍ର ଆଡ଼କୁ ବଢ଼ୁଛନ୍ତି । ଏକ ଭିଡିଓକୁ ନେଇ ଛାଡ଼ପତ୍ର ଖବର ଆସୁଛି । ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ ସୋଏବ୍ ଅଟୋଗ୍ରାଫ୍ ଦେଉଥିବାବେଳେ ସନା ମୁହଁ ବୁଲାଇ ବସିଛନ୍ତି,  ଦୁହେଁ ପରସ୍ପର ପ୍ରତି ଚିଡ଼ୁଥିବା ଲକ୍ଷ୍ୟ କରାଯାଉଛି ।

୨୦୧୦ରେ ଟେନିସ୍ ଖେଳାଳି ସାନିଆଙ୍କୁ ବିବାହ କରିଥିଲେ ସୋଏବ୍ । ଏହା ଥିଲା ତାଙ୍କର ସୀମା ପାର୍ ବିବାହ , ଯାହା ୨୦୨୪ରେ ଶେଷ ହୋଇଯାଇଥିଲା । ଦୁହିଁଙ୍କ ଭିତରେ ତଲାକ୍ ହୋଇଥିଲେ ବି କେହି ଏହାର କାରଣ ପ୍ରକାଶ କରିନଥିଲେ । ପରେ ପରେ ସମସ୍ତଙ୍କୁ ଚକିତ କରି ସୋଏବ ପାକିସ୍ତାନ ଅଭିନେତ୍ରୀ ସନା ଜାବେଦଙ୍କୁ ବିବାହ କରିଥିଲେ ।  

ayesa

ସାନିଆଙ୍କ ପୂର୍ବରୁ ସୋଏବ୍ ଆଏସା ସିଦ୍ଦିକିଙ୍କୁ ବିବାହ କରିଥିଲେ । ସେ ତାଙ୍କର ପ୍ରଥମ ସ୍ତ୍ରୀ ।