୫୬ ଘଣ୍ଟା , ୪୦୦ କିମି .. ମହାଦେବଙ୍କ ପ୍ରତି ଅମାପ ଭକ୍ତି , ୪୦୦ କିଲୋମିଟର ଦୌଡ଼ି ବାବାଙ୍କୁ ଜଳଲାଗି କଲେ କାଉଡ଼ିଆ ଭକ୍ତ

ଭକ୍ତଙ୍କ ଦ୍ବାରା ସାରା ଜିଲ୍ଲାରେ କାଉଡ଼ି ଯାତ୍ରା ବାହାର କରାଯାଉଛି । କିନ୍ତୁ କୋଲାରସ ତହସିଲର ସେସୟି ଗାଁର ଯୁବକ ଚଳିତବର୍ଷ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ।

dak-kanwa-journey

dak-kanwa-journey Photograph: (GOOGLE)

କନକ ବ୍ୟୁରୋ : ପବିତ୍ର ଶ୍ରାବଣ ମାସରେ ସାରା ଦେଶ ଶିବମୟ ହୋଇଯାଇଛି । ପ୍ରତିଟି ଭୋଳା ଭକ୍ତ କାନ୍ଧରେ ପାଣିଭାର ଧରି ଶିବାଳୟକୁ ଯାଉଛନ୍ତି । ଏହି ସମୟରେ ମଧ୍ୟପ୍ରଦେଶର ଶିବଙ୍କ ନଗରୀ କୁହାଯାଉଥିବା ଶିବପୁରୀ ମଧ୍ୟ ଶିବଙ୍କ ଭକ୍ତିରେ ମଗ୍ନ ହୋଇଛି । ଭକ୍ତଙ୍କ ଦ୍ବାରା ସାରା ଜିଲ୍ଲାରେ କାଉଡ଼ି ଯାତ୍ରା ବାହାର କରାଯାଉଛି । କିନ୍ତୁ କୋଲାରସ ତହସିଲର ସେସୟି ଗାଁର ଯୁବକ ଚଳିତବର୍ଷ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି । ଗାଁର ୫୬ ଜଣ ଯୁବକ ଉତ୍ତରପ୍ରଦେଶରୁ ପାଣି ଭାର ନେଇ ୪୦୦ କିଲୋମିଟର ଯାତ୍ରା ଦୌଡ଼ି ଦୌଡ଼ି ବାବାଙ୍କ ପାଖକୁ ଯାଇ ଜଳଲାଗି କରିଛନ୍ତି । 

ଆଶ୍ଚର୍ଯ୍ୟର କଥା ହେଉଛି ୪୦୦ କିଲୋମିଟର ରାସ୍ତା ଦୌଡ଼ି ଦୌଡ଼ି ଯୁବକ ଗଙ୍ଗାଜଳ ଆଣି ଭୋଳାନାଥଙ୍କ ଶିବଲିଙ୍ଗ ଉପରେ ଜଳଲାଗି କରିଛନ୍ତି । ଶିବପୁରୀ ସେସୟି ଗାଁର ଯୁବକଙ୍କ ଏଭଳି ଭକ୍ତିପୂର୍ଣ୍ଣ ଭାବର ଚର୍ଚ୍ଚା ଏବେ ଚାରିଆଡ଼େ ହେଉଛି । ଶିବପୁରୀରେ ଯେଉଁଠି ଯୁବକ ୪୦୦ କିଲୋମିଟର ଦୌଡ଼ି ବାବାଙ୍କୁ ଜଳଲାଗି କରିଛନ୍ତି ଠିକ୍ ସେମିତି କିଛି କିଛି ସ୍ଥାନରେ ଅଧିକ ଓଜନର ପାଣିଭାର ଧରି ଭକ୍ତ ଶିବାଳୟକୁ ଯାଉଛନ୍ତି । ଏହାର ଭିଡିଓ ସୋସିଆଲ୍ ମିଡିଆରେ ମଧ୍ୟ ଭାଇରାଲ୍ ହେଉଛି । କିଏ ଅଧିକ ଓଜନର ପାଣିଭାର ନେଇ ଶିବ ମନ୍ଦିରକୁ ଯାଉଛନ୍ତି ତ ଆଉ କିଏ ଦଣ୍ଡବତ କାଉଡ଼ି ଯାତ୍ରା କରି ମନ୍ଦିରକୁ ଯାଉଛନ୍ତି ।  


 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe