Photograph: (Kanak News)
କନକ ବ୍ୟୁରୋ : ମାଟି ତଳୁ ବାହାରିଲା ଶିବ ଲିଙ୍ଗ । ପୂଜାର୍ଚ୍ଚନା କରିବା ପରେ ଲିଙ୍ଗର ବଦଳୁଛି ରଙ୍ଗ । ଯାଜପୁର ମ୍ୟୁନିସିପାଲିଟି ୟୁନିଟ ୧୬ ଅନିରୁଦ୍ଧପୁର ଗ୍ରାମାର ରାଧେଶ୍ୟମ ପତି ଓ ରବିନାରାୟଣ ପତିଙ୍କ ବିଲରୁ ଏହି ଶିବ ଲିଙ୍ଗ ଠାବ କରାଯାଇଥିଲା । ଗତ ୨୦ ତାରିଖ ଦିନ ଟ୍ରାକ୍ଟରରେ ହଳ କରୁକରୁ ଲଙ୍ଗଳ ଏହି ଶିବ ମୂର୍ତ୍ତିରେ ବାଜିଥିଲା । ଖବର ପାଇ ବହୁ ଲୋକେ ପହଞ୍ଚି ଜେସିବି ସହାୟତାରେ ୮ ରୁ ୧୦ ଫୁଟ ଖୋଳିବା ପରେ ୨ ଫୁଟ ଉଚ୍ଚତାର ଏକ ଶିବ ଲିଙ୍ଗ ବାହାରିଛି ।
ଅଧିକ ପଢନ୍ତୁ : ମାଟି ତଳୁ ମହାଦେବ । ନବରଙ୍ଗପୁର ନାଗାଭୈରବ ପାହାଡରେ ମାଟି ଖୋଳୁ ଖୋଳୁ ବାହାରିଲା ଶିବ ଲିଙ୍ଗ । ପୂଜାର୍ଚ୍ଚନା ପାଇଁ ପାହାଡରେ ଭକ୍ତଙ୍କ ଭିଡ
ତା ପରଦିନ ପୂଜା କରିବାରୁ ଏହି ଶିବ ଲିଙ୍ଗର ରଙ୍ଗ ପରିବର୍ତ୍ତନ ହେଉଥିବା କହିଛନ୍ତି ଭକ୍ତ । ଶିବଲିଙ୍ଗ ଉପରେ ପାଣି ଢାଳିଲେ ନୀଳ ରଙ୍ଗ ଓ କିଛି ସମୟ ପରେ ପୁଣି ରଙ୍ଗ ପରିବର୍ତ୍ତନ ହେଉଥିବା କୁହାଯାଉଛି । ସୋମବାରରେ ଶିବଲିଙ୍ଗକୁ ମଧ୍ୟ ପୂଜାର୍ଚ୍ଚନା କରିବା ସହିତ ଏହି ଶିବ ଲିଙ୍ଗକୁ ଧବଳେଶ୍ୱର ନାମରେ ନାମିତ କରି ପୂଜା ଜାରି ରଖିଛନ୍ତି ଶ୍ରଦ୍ଧାଳୁ । ଅନ୍ୟପଟେ ଉକ୍ତ ଜାଗାରେ ଶିବ ବାହରିବାରୁ ଏକ ମନ୍ଦିର ନିର୍ମାଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।
Follow Us