Photograph: (kanak news)
କନକ ବ୍ୟୁରୋ: ଶିବମ ଦୁବେଙ୍କୁ ଖେଳାଅ ମ୍ୟାଚ ଜିତ... ଆଜ୍ଞା ହଁ କଥାଟି ଆଶ୍ଚର୍ୟ୍ୟ ଲାଗୁଥିଲେ ବି ସତ । ଭାରତ ୨୦୧୯ ଡିସେମ୍ୱର ୧୨ ତାରିଖରୁ ଆଜି ଯାଏଁ ସବୁ ଟି-୨୦ ମ୍ୟାଚ ଜିତିଛି । ଯେବେ ଯେବ ଟିମ ଇଣ୍ଡିଆ ପାଇଁ ଖେଳିଛନ୍ତି ଶିବମ ଦୁବେ । ଏହି ସମୟ ମଧ୍ୟରେ ଭାରତ ୩୬ ଟି-୨୦ ମ୍ୟାଚ ଜିତିଛି । ଆଉ ଏହି ୩୬ ମ୍ୟାଚରେ ଟିମ୍ ଇଣ୍ଡିଆରେ ସାମିଲ ଥିଲେ ଶିବମ ଦୁବେ । ଯେବେ ଯେବେ ତାଙ୍କୁ ଭାରତ ପ୍ଲେଇଂ ୧୧ରେ ସାମିଲ କରିଛି ସେବେ ସେବେ ଭାରତ ବିଜୟୀ ହୋଇଛି ।
ଶିବମ ଦୁବେ... ଯଦି ଆପଣ ଭାଗ୍ୟ ଉପରେ ଭରସା କରନ୍ତି ତେବେ ଶିବମ ଦୁବେ ହେଉଛନ୍ତି ସେହି ଭାଗ୍ୟବାନ ଖେଳାଳି । ଯାହା ଗତ କିଛି ବର୍ଷର ରେକର୍ଡରୁ ପ୍ରମାଣିତ ହେଉଛି । ସେଥିପାଇଁ ଏବେ ଶିବମ ଦୁବେଙ୍କୁ ଟିମ ଇଣ୍ଡିଆର ଲକି ଚାର୍ମ ବୋଲି କୁହାଯାଉଛି । ଗୋଟେ ସମୟ ଥିଲା ପିୟୂଷ ଚାଓ୍ୱଲାଙ୍କୁ ନେଇ ଏମିତି ଚର୍ଚ୍ଚା ହେଉଥିଲା । ପରେ ଏମିତି ବି ଚର୍ଚ୍ଚା ହୋଇଥିଲା କି ଟିମ ଇଣ୍ଡିଆରେ ଯଦି କୌଣସି କେରଳର ଖେଳାଳି ଖେଳୁଛନ୍ତି ତେବେ ଭାରତ ବିଶ୍ୱକପ ଜିତିଯାଉଛି । ଯାହାର ପ୍ରମାଣ ବି ମିଳିସାରିଛି । ୨୦୦୭ରେ ଶ୍ରୀସାନ୍ଥ ଆଉ ୨୦୨୪ରେ ସଞ୍ଜୁ ସାମସମନ ଟିମ ପାଇଁ ଲକି ସାବ୍ୟସ୍ତ ହୋଇଥିଲେ ।
ଶିବମ୍ ଦୁବେ ୨୦୧୯ ମସିହାରେ ଭାରତୀୟ ଦଳ ପାଇଁ ତାଙ୍କର ଟି-୨୦ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ। ପରବର୍ତ୍ତୀ ସମୟରେ, ଖରାପ ଫର୍ମ ଯୋଗୁଁ ତାଙ୍କୁ ଦଳରୁ ବାହାର କରାଯାଇଥିଲା । ତା’ପରେ ସେ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଦୃଢ଼ ପ୍ରଦର୍ଶନ କରିଥିଲେ, ଜଣେ ପ୍ରମୁଖ ମ୍ୟାଚ୍ ବିଜେତା ଭାବରେ ଉଭା ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ଭାରତୀୟ ଦଳକୁ ଫେରିଥିଲେ ଏବଂ ୨୦୨୪ ମସିହାରେ ଟି-୨୦ ବିଶ୍ୱକପ୍ ଜିତିଥିବା ଭାରତୀୟ ଦଳର ଅଂଶ ଥିଲେ ।
ଶିବମ୍ ଦୁବେ ଭାରତୀୟ ଦଳ ପାଇଁ ୩୬ ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି, ଯାହାର ଫଳସ୍ୱରୂପ ଭାରତ ବିଜୟୀ ହୋଇଛି, ଏବଂ ସେ ଟିମ୍ ଇଣ୍ଡିଆ ପାଇଁ ଏକ ଲକି ଚାର୍ମ ପ୍ରମାଣିତ ହୋଇଛନ୍ତି । ତେଣୁ, ଯଦି ତାଙ୍କୁ ପାକିସ୍ତାନ ବିପକ୍ଷ ଫାଇନାଲରେ ସାମିଲ କରାଯାଏ, ତେବେ ଭାରତର ବିଜୟ ପ୍ରାୟ ନିଶ୍ଚିତ । ଶିବମ୍ ଏପର୍ୟ୍ୟନ୍ତ ଭାରତୀୟ ଦଳ ପାଇଁ ମୋଟ ୪୦ ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି, ୫୪୮ ରନ କରିଛନ୍ତି । ଏହି ସମୟ ମଧ୍ୟରେ ସେ ଚାରୋଟି ଅର୍ଦ୍ଧଶତକ ହାସଲ କରିଛନ୍ତି, ଯେଉଁଥିରେ ୬୩ ତାଙ୍କର ସର୍ବାଧିକ ସ୍କୋର ରହିଛି ।
୨୦୨୫ ଟି-୨୦ ଏସିଆ କପରେ, ଭାରତୀୟ କ୍ରିକେଟ୍ ଦଳ ଗ୍ରୁପ୍ ପର୍ୟ୍ୟାୟରେ ପାକିସ୍ତାନକୁ ସାତ ୱିକେଟରେ ପରାସ୍ତ କରିଥିଲା । ଏହା ପରେ ସୁପର ଫୋର୍ରେ ସେମାନେ ସେମାନଙ୍କୁ ଛଅ ୱିକେଟରେ ପରାସ୍ତ କରିଥିଲେ । ଆଉ ଫାଇନାଲରେ ବି ପାକିସ୍ତାନକୁ ମାତ ଦେଇ ଭାରତ ଏସିଆ ଚାମ୍ପିୟନ ହୋଇଛି । ଯେଉଁଥିରେ ଶିବମ ଦୁବେ ବିସ୍ଫୋରକ ୩୩ କରିଛନ୍ତି । ଶିବମ ଦୁବେ ପ୍ରଥମ ଖେଳାଳି ଯିଏ ଲଗାତାର ୩୬ ମ୍ୟାଚ ଜିତିଛନ୍ତି । ଯେଉଁ ମ୍ୟାଚ ଖେଳିଲେ ସେହି ମ୍ୟାଚ ଜିତିଲେ । କେବଳ ଜିତୁ ନାହାନ୍ତି ବରଂ ଭଲ ପ୍ରଦର୍ଶନ ମଧ୍ୟ କରୁଛନ୍ତି ।
Follow Us