କନକ ବ୍ୟୁରୋ : ମହାଦେବ ଅର୍ଥ ସବୁଠାରୁ ମହାନ ଦେବତା , ଯିଏ ସମସ୍ତ ବ୍ରହ୍ମାଣ୍ଡର ସଞ୍ଚାଳନରେ ମୁଖ୍ୟ ଭୂମିକା ନିଭାଇଥା’ନ୍ତି । ଭଗବାନ ଶିବଙ୍କୁ ମହାଦେବ ଏଥିପାଇଁ କୁହାଯାଏ କାରଣ ସେ ହିନ୍ଦୁଧର୍ମରେ ଦେବତାଙ୍କ ସର୍ବୋଚ୍ଚ ସ୍ଥାନରେ ବିଦ୍ୟମାନ । ସଦାଶିବଙ୍କୁ ସୃଷ୍ଟିକର୍ତ୍ତା ବ୍ରହ୍ମା , ପାଳନକର୍ତ୍ତା ବିଷ୍ଣୁଙ୍କଠାରୁ ମଧ୍ୟ ସର୍ବୋଚ୍ଚର ସ୍ଥାନ ଦିଆଯାଇଛି । ସଂହାରର ଦେବତା ହେଉଛନ୍ତି ଶିବ, ଯେ ବ୍ରହ୍ମାଣ୍ଡର ଅନ୍ତର ପ୍ରତୀକ । ଭୋଳାବାବାଙ୍କର ଏହି ଶକ୍ତି ତାଙ୍କୁ ଅନ୍ୟ ଦେବତାଙ୍କଠାରୁ ଭିନ୍ନ କରିଥାଏ । ନୃତ୍ୟରାଜ ନଟରାଜଙ୍କ ବେଶରେ ସେ ନୃତ୍ୟ କରି ବ୍ରହ୍ମାଣ୍ଡର ନକାରାତ୍ମକ ଉର୍ଜ୍ଜାର ସଂହାର କରିଥା’ନ୍ତି । ସେ ସଂହାରକର୍ତ୍ତା କିନ୍ତୁ କଲ୍ୟାଣକାରୀ ମଧ୍ୟ । ଭକ୍ତଙ୍କ ଉପରେ କୃପା ଏବଂ ମୋକ୍ଷ ପ୍ରଦାନ କରୁଥିବାରୁ ସାରା ସଂସାର ତାଙ୍କୁ ମହାଦେବ ବୋଲି ଡାକେ । ଭଗବାନ ଶିବ ସ୍ବଭାବରେ ଭୋଳା ହୋଇଥିବାରୁ ତାଙ୍କୁ ଭୋଳାନାଥ ବୋଲି ମଧ୍ୟ ଜଗତ ବୋଲାଏ । ସହଜରେ ପ୍ରସନ୍ନ ହେଉଥିବା ଦେବତା ଭଗବାନ ଶିବଙ୍କୁ ତ୍ରିମୂର୍ତ୍ତି (ବ୍ରହ୍ମା , ବିଷ୍ଣୁ , ମହେଶ୍ବର) ଙ୍କ ଅଂଶ ବୋଲି ମନେ କରାଯାଏ । କିନ୍ତୁ ଅନେକ ଶୈବ ପରମ୍ପରାରେ ତାଙ୍କୁ ସର୍ବୋପରି ବୋଲି ମଧ୍ୟ କୁହାଯାଏ । ସ୍ବୟଂ ଶିବଙ୍କୁ ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡର ମୂଳ ସ୍ରୋତ ବୋଲି ମଧ୍ୟ ମନେ କରାଯାଏ ।
/filters:format(webp)/kanak/media/media_files/2025/07/28/mahadev-2025-07-28-18-05-42.jpg)
ଭଗବାନ ଶିବଙ୍କ କାଶ୍ମୀର ସହ ଗଭୀର ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ସମ୍ବନ୍ଧ ରହିଛି । କାଶ୍ମୀରକୁ ଶିବଧର୍ମର ଏକ ମହତ୍ତ୍ବପୂର୍ଣ୍ଣ କେନ୍ଦ୍ର ବୋଲି ମଧ୍ୟ କୁହାଯାଏ । ଯେଉଁଠି ଅନେକ ପ୍ରାଚୀନ ଶିବ ମନ୍ଦିର ଏବଂ ଧାର୍ମିକ ସ୍ଥଳ ମଧ୍ୟ ରହିଛି । ଅମରନାଥ ଗୁମ୍ଫା ହେଉଛି ଏହାର ଏକ ବଡ଼ ଉଦାହରଣ । ପହଲଗାମ ଆକ୍ରମଣ ସହ ଜଡ଼ିତ ଥିବା ଆତଙ୍କବାଦୀଙ୍କ ବିପକ୍ଷରେ ଚାଲିଥିବା ‘ଅପରେସନ୍ ମହାଦେବ’ ଙ୍କ ନାଁ ଏଥିପାଇଁ ଦିଆଗଲା କାରଣ ସେନା ସ୍ଥାନୀୟ ଲୋକଙ୍କ ଆସ୍ଥା , ଆଧ୍ୟାତ୍ମିକତାକୁ ସମ୍ମାନ ଜଣାଏ । ମହାଦେବଙ୍କ ନାଁ ଆତଙ୍କବାଦକୁ ସଂହାର କରିପାରିବ ବୋଲି ସେନା ସହ ସ୍ଥାନୀୟ ଲୋକଙ୍କ ମଧ୍ୟ ଧାରଣା ରହିଛି । ଯେଭଳି ଭାବେ ଭଗବାନ ଶିବ ନକାରାତ୍ମକ ଶକ୍ତିକୁ ସମୂଳେ ନାଶ କରନ୍ତି ଠିକ୍ ସେହିଭଳି ଅପରେସନ୍ ମହାଦେବ ମଧ୍ୟ ଆତଙ୍କବାଦକୁ ନାଶ କରିବ ବୋଲି ସେନାର ବିଶ୍ବାସ ରହିଛି ।
/filters:format(webp)/kanak/media/media_files/2025/07/28/indian-army-2025-07-28-18-06-59.jpg)