କନକ ବ୍ୟୁରୋ: ପରିସ୍ରା ପିଆଇବା ମାମଲାରେ ପିଅନ ଗିରଫ । ମୋହନା ଆର୍ଡବ୍ଲୁ ଏସଏସ୍ ଯନ୍ତ୍ରୀଙ୍କୁ ପିଆଇବା ମାମଲାରେ ପିଅନ ଶିବ ନାୟକ ଗିରଫ । ପିଅନ ନିଜର ବରିଷ୍ଠ ଅଧିକାରୀଙ୍କୁ ପାଣି ବଦଳରେ ପରିସ୍ରା ପିଆଇ ଦେଇଥିବା ଭଳି ସାଙ୍ଘାତିକ ଅଭିଯୋଗ ହୋଇ ଥିଲା । ଗଜପତି ଜିଲ୍ଲା ଆର୍. ଉଦୟଗିରିସ୍ଥିତ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ (RWSS) ବିଭାଗରେ ଘଟିଥିଲା ଏହି ଘଟଣା । ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଗୁରୁପ୍ରସାଦ ପଟ୍ଟନାୟକ ଏନେଇ ଥାନାରେ ଲିଖିତ ଅଭିଯୋଗ କରିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
ଯନ୍ତ୍ରୀଙ୍କ ଅଭିଯୋଗ ଅନୁସାରେ, ଗତ ଜୁଲାଇ ୨୩ ତାରିଖ ରାତିରେ ସେ କାର୍ଯ୍ୟାଳୟରେ କାମ କରୁଥିବା ବେଳେ ପିଅନଙ୍କୁ ପିଇବା ପାଇଁ ପାଣି ମାଗିଥିଲେ । କିନ୍ତୁ ଅଭିଯୁକ୍ତ ପିଅନ ଜଣକ ଏକ ପାଣି ବୋତଲରେ ପରିସ୍ରା ଭର୍ତ୍ତି କରି ତାଙ୍କୁ ଦେଇଥିଲେ । କାର୍ଯ୍ୟବ୍ୟସ୍ତତା ମଧ୍ୟରେ ଯନ୍ତ୍ରୀ ଜଣକ କିଛି ନ ଜାଣିପାରି ସେହି ପରିସ୍ରାକୁ ପିଇ ଦେଇଥିଲେ । ପିଇବା ପରେ ତାଙ୍କୁ କିଛି ଅସ୍ୱାଭାବିକ ଲାଗିବାରୁ ସେ ସନ୍ଦେହ କରିଥିଲେ ।
ପରେ ସେହି ପରିସ୍ରା ପିଇଥିବା ଜାଣିବା ପରେ ସେ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମେଡିକାଲରୁ ସୁସ୍ଥ ହୋଇ ଫେରିବା ପରେ ଯନ୍ତ୍ରୀ ଗୁରୁପ୍ରସାଦ ପଟ୍ଟନାୟକ ଏହି ଅମାନବୀୟ କାଣ୍ଡକୁ ନେଇ ଆର୍. ଉଦୟଗିରି ଥାନାରେ ଅଭିଯୁକ୍ତ ପିଅନଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/08/01/mohana-2025-08-01-11-24-03.jpg)