ମାଟି ଖୋଳୁ ଖୋଳୁ ମିଳିଲେ  ମହାଦେବ ; ଶିବଲିଙ୍ଗ ଦେଖିବାକୁ ଲୋକଙ୍କ ଭିଡ

ମାଟି ଖୋଳୁ ଖୋଳୁ ମିଳିଲେ ମହାଦେବ । ଶିବ ଲିଙ୍ଗଙ୍କୁ ଦେଖିବାକୁ ଲୋକଙ୍କ ଭିଡ଼ । ପବିତ୍ର କାର୍ତ୍ତିକ ମାସରେ କୋରାପୁଟ ବୋରିଗୁମ୍ମା ନୁଆଗୁଡ଼ାରୁ ଆସିଲା ଅଲୌକିକ ଦୃଶ୍ୟ । ସ୍ଥାନୀୟ ଅଞ୍ଚଳରେ ଭକ୍ତିମୟ ପରିବେଶ ।

33mahadev

କନକ ବ୍ୟୁରୋ:  ମାଟି ଖୋଳୁ ଖୋଳୁ ମିଳିଲେ ମହାଦେବ, ଶିବ ଲିଙ୍ଗଙ୍କୁ ଦେଖିବାକୁ ଲୋକଙ୍କ ଭିଡ଼ । ପବିତ୍ର କାର୍ତ୍ତିକ ମାସରେ କୋରାପୁଟ ବୋରିଗୁମ୍ମା ନୁଆଗୁଡ଼ାରୁ ଆସିଛି ଏଭଳି ଅଲୌକିକ ଦୃଶ୍ୟ । ଶିବଲିଙ୍ଗ ଉଦ୍ଧାର ଖବର ବ୍ୟାପିବା ପରେ ସ୍ଥାନୀୟ ଅଞ୍ଚଳରେ ବହୁ ସଂଖ୍ୟାରେ ଲୋକଙ୍କ ଭିଡ଼ ଜମିଛି ।

ଗ୍ରାମବାସୀ  ଉଦ୍ଧାର ଶିବଲିଙ୍ଗରେ ଫୁଲ ଚନ୍ଦନ ଦେଇ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି । କିଛି ଦିନ ପୂର୍ବରୁ ଏଠାରେ ଏକ ବରଗଛ ଆପେ ଆପେ ଲେଉଟି ପଡିଥିଲା । ଡିଟେକ୍ଟିଭ ମେସିନ ଦ୍ୱାରା ପରୀକ୍ଷା କରାଯିବା ପରେ ଏହି ସ୍ଥାନରେ ମାଟି ଖୋଳାଯାଇଥିଲା । କିଛି ମିଟର ମାଟି ଖୋଳାଯିବା ପରେ ମାଟିତଳୁ ଶିବଲିଙ୍ଗ ଉଦ୍ଧାର କରାଯାଇଥିବା ଦେଖତବାକୁ ମିଳିଛି। ବର୍ତ୍ତମାନ ଅସ୍ଥାୟୀ ଭାବେ ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ପରେ ଏଠାରେ ଏକ ସ୍ଥାୟୀ ମନ୍ଦିର ନିର୍ମାଣ କରାଯବ ବୋଲି ଗ୍ରାମବାସୀ ମାନେ କହିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe