କନକ ବ୍ୟୁରୋ : ପାରାଦୀପ ବନ୍ଦରରେ ଜାହାଜ ଏମ୍ ଭି ଡେନସା ଲାୟନ ଗିରଫ । ଗତକାଲି ରାତିରେ କରାଯାଇଛି ଗିରଫ । ୪୨ ଲକ୍ଷ ୭୨ ହଜାରରୁ ଅଧିକ ମେଣ୍ଟେନାନ୍ସ ଟଙ୍କା ବକେୟାକୁ ନେଇ ଗିରଫ । ଗିରଫ ନିର୍ଦ୍ଦେଶ ଦେଲେ ମାନ୍ୟବର ହାଇକୋର୍ଟ ଓଡ଼ିଶା । ଓ୍ବେପଏଣ୍ଟ ପୋର୍ଟ ସର୍ଭିସ୍ ଲିମିଟେଡର ବକେୟା ଟଙ୍କା ଦେଇନାହିଁ ଜାହାଜ କମ୍ପାନୀ । ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଗିରଫ ହୋଇ ଆଙ୍କରେଜରେ ରହିବ ଜାହାଜ । ଆଇରନ୍ ପ୍ଲେଟ୍ ନେବା ପାଇଁ ପାରାଦୀପ ଆସିଛି ଏମ୍ ଭି ଡେନସା ଲାୟନ । ବର୍ତ୍ତମାନ ଉକ୍ତ ଜାହାଜ ପିଆଇସିଟି ବର୍ଥରେ ଲାଗିଛି । ଗତ ବର୍ଷକ ମଧ୍ୟରେ ଏହାକୁ ମିଶାଇ ୪ ରୁ ଉର୍ଦ୍ଧ୍ୱ ଜାହାଜ ପାରାଦ୍ଵୀପ ବନ୍ଦରରେ ଗିରଫ ହୋଇ ସାରିଛନ୍ତି । ଗିରଫ ହେବା ପରେ ମାନ୍ୟବର ଅଦାଲତରେ ଆପୋଷ ସମାଧାନ ମଧ୍ୟରେ ପୂର୍ବରୁ ୩ ଟି ଜାହାଜ ଟଙ୍କା ପୈଠ କରି ମୁକୁଳି ଥିବା ବେଳେ ଏହି ଏମ୍ ଭି ଡେନସା ଲାୟନ ଜାହାଜର ଭାଗ୍ୟ ପରବର୍ତ୍ତୀ ଶୁଣାଣି ଉପରେ ନିର୍ଭର କରୁଛି ।
ପାରାଦୀପ ବନ୍ଦରରେ ଜାହାଜ ଏମ୍ ଭି ଡେନ୍ସା ଲାୟନ ଗିରଫ : ମେଣ୍ଟେନାନ୍ସ ବାବଦକୁ ବକେୟା ରହିଛି ୪୨ ଲକ୍ଷରୁ ଅଧିକ ଟଙ୍କା
ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଗିରଫ ହୋଇ ଆଙ୍କରେଜରେ ରହିବ ଜାହାଜ । ଆଇରନ୍ ପ୍ଲେଟ୍ ନେବା ପାଇଁ ପାରାଦୀପ ଆସିଛି ଏମ୍ ଭି ଡେନସା ଲାୟନ ।
/kanak/media/media_files/2025/09/17/paradeep-2025-09-17-18-06-27.jpg)