କନକ ବ୍ୟୁରୋ: ଶିମିଳିପାଳ ବାଘ ବଂଶବୃଦ୍ଧିରେ ଆଉ ଏକ ପାଦ ଆଗେଇଛି ବନ ବିଭାଗ। ମହାରାଷ୍ଟ୍ରରୁ ଆସିଛି ଆଉ ଏକ ବାଘୁଣୀ। ଯମୁନା ଏବେ ଜଙ୍ଗଲରେ ବୁଲୁଛି। ଏବେ ଏବେ ଆସିଥିବା ଜିନ୍ନତକୁ ଏନକ୍ଲୋଜରରେ ରଖି ତା ଗତିବିଧି ଉପରେ ନଜର ରଖିଛନ୍ତି ବିଶେଷଜ୍ଞ। ଜିନ୍ନତର ଯାତ୍ରା ସଫଳ ହେଲେ ଆଗକୁ ଆଉ ୩ଟି ବାଘ ଆଣିବା ଯୋଜନା କରିଛି ବିଭାଗ।
ଶିମିଳିପାଳରେ ବାଘୁଣୀ ଜିନ୍ନତ କାଟିଲା ପ୍ରଥମ ଦିନ, ପିଞ୍ଜରାରୁ ବାହାରି ନୂଆ ଠିକଣା ସହ ବିତାଇଲା ମୁହୂର୍ତ୍ତ । ଗୁରୁବାର ସଂଧ୍ୟାରେ ମହାରାଷ୍ଟ୍ର ତଡ଼ବାରୁ ଓଡ଼ିଶା ଆସିଥିବା ବାଘୁଣୀକୁ ଶିମିଳିପାଳ ନର୍ଥ ଚହଲା ନିକଟ ସଫ୍ଟ ଏନକ୍ଲୋଜରରେ ଛଡ଼ାଯାଇଛି । ୩ବର୍ଷ ବୟସର ଏହି ବାଘୁଣୀର ନୂଆ ନାମକରଣ କରିଛି ବନବିଭାଗ । ଏନକ୍ଲୋଜରରେ ଜିନ୍ନତର ଗତିବିଧି ଉପରେ ନଜର ରଖାଯାଇଥିବା ସୂଚନା ଦେଇଛନ୍ତି ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ।
୨ସପ୍ତାହ ତଳେ ବାଘୁଣୀ ଯମୁନାକୁ ମଧ୍ୟ ଶିମିଳିପାଳ ଅଭୟାରଣ୍ୟରେ ଛଡାଯାଇଥିଲା। ସ୍ଥାନୀୟ ପରିବେଶ ସହ ଖାପ ଖୁଆଇବା ସହ ଯମୁନା ଏବେ ଶିକାର କରୁଥିବା ଦେଖିବାକୁ ମିଳୁଛି । ଆଗକୁ ରାଜ୍ୟ ବାହାରୁ ଆହୁରି ୩ଟି ବାଘ ଆଣିବାକୁ ଯୋଜନା ରହିଥିବା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ କହିଛନ୍ତି ।
ଯମୁନା ପରି ଜୀନ୍ନତକୁ କେବେ ଏନକ୍ଲୋଜରରୁ ମୁକ୍ତ କରି ଶିମିଳିପାଳର ଖୋଲା ପରିବେଶରେ ଛଡ଼ାଯିବ ପର ମୁହୂର୍ତ୍ତରେ ଜଣାପଡ଼ିବ।