ଲିଙ୍ଗରାଜ ମନ୍ଦିରରେ ଫଟୋ ଉଠାଇ ବିବାଦରେ ଶିଳ୍ପା ସେଟ୍ଟୀ: ମନ୍ଦିରର ନିୟମକୁ ନେଇ ଉଠିଲା ପ୍ରଶ୍ନ

`ଲିଙ୍ଗରାଜ ମନ୍ଦିରରେ ଫଟୋ ଉଠାଇ ବିବାଦରେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ମନ୍ଦିର ଭିତରେ ଫଟୋ ଉଠାଇବା ସହ ରାଜୁ ନନାଙ୍କ ସହ ଭିଡିଓ ମଧ୍ୟ କରିଛନ୍ତି । ପୂର୍ବରୁ ଓଲିଉଡ ଅଭିନେତା ଚନ୍ଦନ କରଙ୍କ ସହ ମନ୍ଦିର ଭିତରେ ଫଟୋ ଉଠାଇ ଚର୍ଚ୍ଚାକୁ ଆସିଥିଲେ ରାଜୁ ନନା

SILPA

କନକବ୍ୟୁରୋ :  ଲିଙ୍ଗରାଜ ମନ୍ଦିରରେ ଫଟୋ ଉଠାଇ ବିବାଦରେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ମନ୍ଦିର  ଭିତରେ ଫଟୋ ଉଠାଇବା ସହ ରାଜୁ ନନାଙ୍କ ସହ ଭିଡିଓ ମଧ୍ୟ କରିଛନ୍ତି ।

ପୂର୍ବରୁ ଓଲିଉଡ ଅଭିନେତା ଚନ୍ଦନ କରଙ୍କ ସହ ମନ୍ଦିର ଭିତରେ ଫଟୋ ଉଠାଇ ଚର୍ଚ୍ଚାକୁ ଆସିଥିଲେ ରାଜୁ ନନା । ଯାହାକୁ ନେଇ ଏବେ ପ୍ରଶ୍ନ ଉଠିଛି । ସାଧାରଣ ଲୋକଟିଏ ମନ୍ଦିର ଅସିଲେ ମୋବାଇଲ ମନା ଥିବା ବେଳେ ଅଭିନେତା ଅଭିନେତ୍ରୀଙ୍କ ପାଇଁ ଅଲଗା ପ୍ରଶ୍ନ କି ବୋଲି ପ୍ରଶ୍ନ ଉଠିଛି ।

ତେବେ ମନ୍ଦିରରେ ଫଟୋ ଉଠାଇବାକୁ କିଏ ଦେଲା ଅନୁମତି ? ସେପଟେ ଖୋର୍ଦ୍ଧା ଜିଲ୍ଲାପାଳ କହିଛନ୍ତି ଭିଡିଓର ଯାଞ୍ଚ ପରେ କାର୍ଯ୍ୟାନୁଷ୍ଠାନ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe