କନକ ବ୍ୟୁରୋ: ଚିନ୍ତା ବଢାଉଛି ଦିଲ୍ଲୀର ବାୟୁ ପ୍ରଦୂଷଣ । ନୋଏଡ଼ା, ଗାଜିଆବାଦ ସମେତ ବିଭିନ୍ନ ସ୍ଥାନରେ ବାୟୁ ପ୍ରଦୂଷଣର ଗୁଣବତ୍ତା ମାନ ୪୦୦ ପାର୍ କରି ଗୁରୁତର ଶ୍ରେଣୀକୁ ଆସିଛି। ବିଶେଷ କରି ପିଲାମାନଙ୍କ ପାଇଁ ଦିଲ୍ଲୀର ପ୍ରଦୂଷିତ ବାୟୁରେ ନିଶ୍ୱାସ ନେବା କଷ୍ଟସାଧ୍ୟ ହୋଇପଡିଛି। ବିଷାକ୍ତ କୁହୁଡ଼ି ମଧ୍ୟରେ ନିଜ ପିଲାମାନଙ୍କୁ ବିଦ୍ୟାଳୟକୁ ପଠାଇବାକୁ ଅଭିଭାବକ ମାନେ ଭୟ କରୁଛନ୍ତି। ଦିନକୁ ଦିନ ବାୟୁ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଉଥିବା ବେଳେ ପରିବେଶବିତ ମାନେ ଏନେଇ ଚିନ୍ତାପ୍ରକଟ କରିଛନ୍ତି। ସେପଟେ ବାୟୁ ପ୍ରଦୂଷଣ ମୁକାବିଲା ନେଇ ସର୍ବୋଚ୍ଚ ଅଦାଲତଙ୍କ ଭର୍ତ୍ସନା ପରେ ଆକ୍ସନ ମୁଡ଼କୁ ଆସିଛନ୍ତି ଦିଲ୍ଲୀ ସରକାର। ବିଭିନ୍ନ ସ୍ଥାନରେ ଡ୍ରୋନ ଜରିଆରେ ବାୟୁ ପ୍ରଦୂଷଣର ହଟସ୍ପଟ ଚିହ୍ନଟ କରିବା ସହ ଏଥିପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us