କନକ ବ୍ୟୁରୋ : ମୋ ପୁଅ କଥା ଭାରି ମନେ ପଡୁଛି.. ସେ ମୋ ଠୁ ଦୂରରେ ଅଛି.. ଦେଢ ବର୍ଷ ହେଲା ତାକୁ ଦେଖିନି.. ଯଦି କେବେ ଦେଖା ହୁଏ ତାକୁ ମୁଁ ଛାତିରେ ଜାବୁଡି ଧରିବି.. । ପୁଅ କଥା ମନେପକାଇ ଭାବୁକ ହେଲେ ଶିଖର ଧାୱନ । ଟିମ୍ ଇଣ୍ଡିଆର ପୂର୍ବତନ ଓପନର ଶିଖର ଧାୱନ ଆନ୍ତର୍ଜାତୀୟ କ୍ରିକେଟ ରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । କିନ୍ତୁ ତାଙ୍କ ବ୍ୟକ୍ତିଗତ ଜୀବନ ସମସ୍ୟାରେ ବୁଡି ରହିଛି । ଆୟଶା ମୁଖାର୍ଜିଙ୍କୁ ବିବାହ କରିଥିଲେ ଶିଖର ଧାୱନ । କିନ୍ତୁ ଦୁଇଜଣଙ୍କ ସମ୍ପର୍କ ଅଧିକ ସମୟ ଧରି ତିଷ୍ଟି ନଥିଲା । ସେପ୍ଟେମ୍ବର ୨୦୨୧ ରେ ଆୟଶା ମୁଖାର୍ଜିଙ୍କଠୁ ଶିଖର ଧାୱନ ଛାଡପତ୍ର ନେବା ପାଇଁ ନିଷ୍ପତ୍ତି ନେଇଥିଲେ । ଉଭୟଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ଅଛି । ଧାୱାନଙ୍କ ପୁଅଙ୍କ ନାମ ଜୋରାବର ।
ଜୋରାବର ନିଜ ମା ସହ ଅଷ୍ଟ୍ରେଲିଆରେ ରହୁଛନ୍ତି । ଅକ୍ଟୋବର ୨୦୨୩ରେ କୋର୍ଟ ପରସ୍ପରଙ୍କୁ ଛାଡପତ୍ର ନେବା ପାଇଁ ମଞ୍ଜୁରୀ ଦେଇଥିଲେ । ସେତେବେଳେ ଅଷ୍ଟ୍ରେଲିଆରେ ରହୁଥିବା ଆୟଶାଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ, ପୁଅ ଜୋରାବରକୁ ଧାୱନ ଏବଂ ତାଙ୍କ ପରିବାର ସହ ସାକ୍ଷାତ କରିବା ପାଇଁ ଭାରତ ଆଣିବାକୁ । କିନ୍ତୁ ଏପର୍ଯ୍ୟନ୍ତ ଧାୱନ ତାଙ୍କ ପୁଅକୁ ଭେଟି ପାରୁନାହାଁନ୍ତି । ଏବେ ପୁଅ ଜୋରାବରକୁ ମନେ ପକାଇ ଭାବୁକ ହୋଇଛନ୍ତି ବାପା ଶିଖର ଧବନ ।
ଏକ ସାକ୍ଷାତକାରରେ ଧବନ କହିଛନ୍ତି ମୋ ପୁଅ ଏବେ ୧୧ ବର୍ଷର ହୋଇଗଲାଣି । କିନ୍ତୁ ମୁଁ ତାକୁ ଅଢେଇ ବର୍ଷ ହେବ ଦେଖି ନାହିଁ। ମୋତେ ସବୁଥିରୁ ବ୍ଲକ କରିଦେଇଛନ୍ତି ଆୟଶା । ତେଣୁ ପୁଅକୁ ଭର୍ଚୁଆଲି ମଧ୍ୟ ଦେଖିପାରୁନି । ଏପରି ଦୁଃଖ ପ୍ରକଶ କରି କହିଛନ୍ତି ଧାୱନ । ଗତ ଦିସେମ୍ବରରେ ପୁଅ ଜୋରାବରର ଜନ୍ମ ଦିନ ଥିଲା । ସେହିସମୟରେ ଶିଖର ଧାୱନ ସୋସିଆଲ ମିଡିଆରରେଏକ ପୋଷ୍ଟ ସେୟାର କରିଥିଲେ ଆଉ ଏହି ପୋଷ୍ଟରେ ସେ ଲେଖିଥିଲେ ଦୂରତା ଯେତେ ବି ଥାଉ.. ପୂର୍ବ ଭଳି ଆମ ସାକ୍ଷାତ ହୋଇନପାରୁ କିନ୍ତୁ ମୋ ହୃଦୟରେ ତୁମେ ସବୁବେଳେ ରହିବ ଜୋରା ..
ସେହିପରି ଫାଦର୍ସ ଡେରେ ଧାୱନ ସୋସିଆଲ ମିଡିଆରେ ପୁଅକୁ ମନେ ପକାଇ ଏକ ଭାବପୂର୍ଣ୍ଣ ପୋଷ୍ଟ କରିଥିଲେ। । ଲେଖିଥିଲେ ମୋ ବାପାଙ୍କୁ ଫାଦର୍ସ ଡେ ଶୁଭକାମନା । ପ୍ରତ୍ୟେକ ଜିନିଷ ପାଇଁ ଧନ୍ୟବାଦ ବାପା। ଏହା ପରେ ଧାୱନ ଲେଖିଥିଲେ ମୋ ପାଇଁ ଏହା ଏକ ଭାବାତ୍ମକ ଫାଦର୍ସ ଡେ.. କାହିଁକି ନା ମୁଁ ମୋ ପୁଅ ସହ କଥା ହୋଇପାରୁନି । ମୋ ସହ ତାର କିଛି ସମ୍ପର୍କ ନାହିଁ । ଏହି ପରି ବାଭବିହ୍ବଳ ପୋଷ୍ଟ କରି ନିଜେ ଭାବବିହ୍ବ ହୋଇଥିଲେ ଧାୱନ। ସେତେବେଳର ପୋଷ୍ଟ କୁ ନେଇ ଧାୱନଙ୍କ ଫ୍ୟାନ୍ସ ତାଙ୍କ ପାଇଁ ଦୁଃଖ ପ୍ରକାଶ କରିଥିଲେ ଆଉ ଏବେର ପୋଷ୍ଟ ମଧ୍ୟ ଫ୍ୟାନ୍ସକୁ ବ୍ୟଥିତ କରିଛି ।