କନକ ବ୍ୟୁରୋ: ପୂର୍ବତନ ଭାରତୀୟ କ୍ରିକେଟର୍ ଶିଖର ଧାୱନ ତାଙ୍କ ସାଥୀ ପ୍ରଫେସ୍ନାଲ ପ୍ରଡକ୍ଟ କନ୍ସ୍ୟୁଲ୍ଟାଣ୍ଟ୍ ସୋଫି ସାଇନ୍ଙ୍କ ହାତଧରିବାକୁ ଯାଉଛନ୍ତି । ଧାୱନ-ସୋଫିଙ୍କ ବିବାହ ଉତ୍ସବ ପ୍ରସ୍ତୁତିର ଆରମ୍ଭ ବଡ଼ ଧୁମ୍ଧାମ୍ରେ ଚାଲିଛି । ଉଭୟଙ୍କ ସଙ୍ଗୀତ ବୁଧବାର ଶେଷ ହୋଇଛି । ଏହି ସଙ୍ଗୀତ ରାତିର କିଛି ଫଟୋ ଧାୱନ ଇନ୍ଷ୍ଟାଗ୍ରାମ୍ ପୋଷ୍ଟ୍ କରି ନିଜ ଦ୍ବିତୀୟ ବିବାହ ବିଷୟରେ ପ୍ରଶଂସକମାନଙ୍କୁ ଜଣାଇଛନ୍ତି । ପୋଷ୍ଟ କରିଥିବା ଏହି ଫଟୋର ଶିରୋନାମରେ ଧାୱନ ଲେଖିଛନ୍ତି, ‘ସଙ୍ଗୀତ ରାତି । ପ୍ରାୟ ଧାୱନ୍ଙ୍କର’ । ଏହି ଫଟୋରେ ସୋଫି ଏକ ସୁନେଲୀ ରଙ୍ଗର ଲେହେଙ୍ଗା ପିନ୍ଧି ଉତ୍ସବର ଗରିମାକୁ ଆହୁରି ମଧୁରମୟ କରିଦେଇଛନ୍ତି ।
ଏହା ବି ପଢ଼ନ୍ତୁ: ଭାରତକୁ ଅଡ଼ୁଆ ଅଫ୍-ସ୍ପିନ୍, ଟିମ୍ ପାଇଁ ଚିନ୍ତାର କାରଣ
ଧାୱନ ୨୦୧୨ରେ ନିଜଠାରୁ ବୟସରେ ୧୨ ବର୍ଷ ବଡ଼ ମେଲ୍ବଲର୍ଣ୍ଣର ଅଭିଜ୍ଞ କିକ୍ବକ୍ସର ଆୟେଶା ମୁକର୍ଜୀଙ୍କୁ ବିବାହ କରିଥିଲେ । ହେଲେ ଉଭୟଙ୍କ ସମ୍ପର୍କ ବେଶୀ ଦିନ ତିଷ୍ଟି ନଥିଲା । ଧାୱନଙ୍କୁ ବିବାହ କରିବା ପୂର୍ବରୁ ଆୟେଶାଙ୍କ ୨ଟି ଝିଅ ଥିଲା । ଆୟେଶାଙ୍କ ଦୁଇ ଝିଅଙ୍କୁ ମଧ୍ୟ ଧାୱନ ଗ୍ରହଣ କରିଥିଲେ । ୨୦୧୪ ଡିସେମ୍ବରରେ ପୁଅ ଜୋରାଭରଙ୍କୁ ଆୟେଶା ଜନ୍ମ ଦେଇଥିଲେ । ଏହାପରେ ୨୦୨୧ ସେପ୍ଟେମ୍ବରରେ ଧାୱନ ଓ ସୋଫି ଅଲଗା ହୋଇଥଲେ । ଶେଷରେ ୨୦୨୩ ଅକ୍ଟୋବର ୫ରେ ଉଭୟଙ୍କ ବିବାହବିଚ୍ଛେଦକୁ ମଞ୍ଜୁରି ମିଳିଥିଲା । କିଛି ଦିନ ହେବ ଆୟର୍ଲାଣ୍ଡ ନାଗରିକ ସୋଫିଙ୍କ ସହ ଧାୱନଙ୍କ ସମ୍ପର୍କ ଗଢ଼ି ଉଠିଥିଲା । ଗତ ବର୍ଷ ଉଭୟ ବିବାହ କରିବାକୁ ଯାଉଛନ୍ତି ବୋଲି ଧାୱନ ସୂଚନା ଦେଇଥିଲେ । ସୋଫି ସଂପ୍ରତି ଆବୁଧାବିର ନର୍ଦନ ଟ୍ରଷ୍ଟ କର୍ପୋରେସନ୍ର ଦ୍ବିତୀୟ ଉପସଭାପତି ଅଛନ୍ତି ।
Follow Us