କନକ ବ୍ୟୁରୋ: ମାଣ୍ଡିଆ ଚାଷ କରିବେ, ଦୁଇ ପଇସା ରୋଜଗାର କରିବେ । ଏହି ଆଶା ନେଇ ସ୍ଵୟଂ ସହାୟକ ଗୋଷ୍ଠୀ ମହିଳା ଆପଣାଇଥିଲେ ମାଣ୍ଡିଆ ଚାଷ । ହେଲେ ଏବେ ନିରାଶ ହୋଇପଡ଼ିଛନ୍ତି ମହିଳାମାନେ । ମିଲେଟ ମିସନ ମାଧ୍ୟମରେ ମହିଳାମାନଙ୍କୁ ଆତ୍ମ ନିର୍ଭରଶୀଳ କରିବାକୁ କୁହାଯାଇଥିଲା । ଚାଷ ବି ହେଲା, ପୁରୀ ଅସ୍ତରଙ୍ଗ କୋରଣା ପଞ୍ଚାୟତର ୪୦ ଜଣ ମହିଳା ରବି ଋତୁରେ ମାଣ୍ଡିଆ ଚାଷ କରିଥିଲେ । ପ୍ରାୟ ୭ ଏକର ଜମିରେ ନିଜ ନିଜ ହାତରୁ ଟଙ୍କାଦେଇ ଚାଷ କରିଥିଲେ । କିନ୍ତୁ ବଜାର ସୁବିଧା ନଥିବାରୁ ଅମଳ ମାଣ୍ଡିଆକୁ କେଉଁଠି ବିକ୍ରି କରିବେ? କେତେ ଟଙ୍କାରେ ବିକ୍ରି କରିବେ ଏବେ ଚିନ୍ତାରେ ପଡିଛନ୍ତି ।
ପ୍ରତି ମହିଳା ୭ ହଜାର ଟଙ୍କା ଲେଖା ଦେଇ ମାଣ୍ଡିଆ ଚାଷ ଆରମ୍ଭ କରିଥିଲେ । ବହୁ କଷ୍ଟ କରି ଦେଶୀ ଆଉ ହାଇବ୍ରିଡ୍ ବିହନରେ ଚାଷ ଆରମ୍ଭ କଲେ । ବଜାର ସୁବିଧା ନ ଥିବାରୁ କୁଇଣ୍ଟାଲ କୁଇଣ୍ଟାଲ ମାଣ୍ଡିଆକୁ ଘରେ ରଖି ବସିଛନ୍ତି ମହିଳା ମାନେ । ଯଦି ଏହି ମାଣ୍ଡିଆ ବିକ୍ରି ପାଇଁ ସରକାର ବଜାର ସୁବିଧା ନ ଦିଅନ୍ତି ତେବେ ନିଜ ନିଜ ଭାଗ ମାଣ୍ଡିଆ ନେଇ ଶାଗମାଛ ଦରରେ ବିକ୍ରି କରିଦେବେ ବୋଲି କ୍ଷୋଭର ସହ କହିଛନ୍ତି । ବହୁ ପରିଶ୍ରମ କରି ମହିଳାମାନେ କରିଥିବା ମାଣ୍ଡିଆ ସବୁ ବିକ୍ରି ପାଇଁ ଉିଚତ୍ ବଜାର ବ୍ୟବସ୍ଥା କରିବା ଜରୁରୀ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/05/20/5gnj8D9CZioQXgi0jq8x.jpg)