କନକ ବ୍ୟୁରୋ : ବାଂଲାଦେଶର ଅନ୍ତରୀଣ ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ସହ ୯୬ ଜଣଙ୍କ ପାସପୋର୍ଟ ରଦ୍ଦ କରିଛନ୍ତି । ସ୍ଥାନୀୟ ବାଂଲାଦେଶୀ ଗଣମାଧ୍ୟମ ଅନୁସାରେ ଜୁଲାଇରେ ଆନ୍ଦୋଳନ ସମୟରେ ମୃତ୍ୟୁ ଏବଂ ଦେଶ ଛାଡିବା ଘଟଣାରେ ସମ୍ପୃକ୍ତି ଥିବା ଅଭିଯୋଗ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏହାବ୍ୟତୀତ ହସିନା ଓ ଅନ୍ୟ ୧୧ ଜଣଙ୍କ ବିରୋଧରେ ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ (ଆଇସିଟି) ଗିରଫ ପରୱାନା ଜାରି କରିଛନ୍ତି ।
ହସିନାଙ୍କ ସମେତ ସମସ୍ତ ଅଭିଯୁକ୍ତ ପକ୍ଷଙ୍କୁ ଗିରଫ ଓ ହାଜର କରିବା ପାଇଁ ଟ୍ରିବ୍ୟୁନାଲ ଫେବ୍ରୁଆରି ୧୨ ତାରିଖ ସମୟ ସୀମା ଧାର୍ଯ୍ୟ କରିଛନ୍ତି । ଆଇସିଟିର ଅଧ୍ୟକ୍ଷ ଜଷ୍ଟିସ ମହମ୍ମଦ ଗୋଲମ ମୁର୍ତୁଜା ମୋଜୁମଦାର ଏକ ୱାରେଣ୍ଟ ଜାରି କରି ଏହାର ତଦନ୍ତ ଉପରେ ଗୁରୁତ୍ୱରୋପ କରିଛନ୍ତି । ଅଭିଯୁକ୍ତମାନଙ୍କୁ ଗିରଫ କରି ଟ୍ରିବ୍ୟୁନାଲରେ ହାଜର କରିବା ପାଇଁ ପୁଲିସ ମହାନିରୀକ୍ଷକଙ୍କୁ ଦାୟିତ୍ୱ ଦିଆଯାଇଛି । ଅଗଷ୍ଟ ୨୦୨୪ରେ ଆୱାମୀ ଲିଗ୍ ନେତୃତ୍ବାଧୀନ ସରକାର ପତନ ପରେ ହସିନା ସରକାର ବିରୋଧୀ ଆନ୍ଦୋଳନ ମଧ୍ୟରେ ଭାରତ ପଳାଇ ଆସିଥିଲେ, ଜୁଲାଇ ଓ ଅଗଷ୍ଟମାସରେ ହୋଇଥିବା ଆନ୍ଦୋଳନ ସମୟରେ ଗଣହତ୍ୟା ଓ ମାନବିକତା ବିରୋଧୀ ଅପରାଧ ଅଭିଯୋଗ ତାଙ୍କ ବିରୋଧରେ ଆଇନଗତ ତଦନ୍ତକୁ ଜୋରଦାର କରିଛି ବାଂଲାଦେଶର ଅନ୍ତରୀଣ ସରକାର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/01/08/OS9UcbfzM1l6xvwNeW9r.jpg)