ଶେଖ ହାସିନାଙ୍କୁ ବାଂଲାଦେଶର ପ୍ରଶାସକ ମହମ୍ମଦ ୟୁନୁସଙ୍କ ଚେତାବନୀ । ଚୁପ୍ ଚାପ୍ ଭାରତରେ ରୁହନ୍ତୁ

Advertisment

ବାଂଲାଦେଶର ନୂଆ ଶାସନର ମଙ୍ଗ ଧରିଥିବା ମହମ୍ମଦ ୟୁନୁସ୍ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ ଚେତାବନୀ ଦେଇଛନ୍ତି। ଭାରତରେ ଶରଣ ନେଇଥିବା ଶେଖ ହାସିନାଙ୍କୁ ଚୁପ ରହିବାକୁ ପରାମର୍ଶ ଦେଇଛନ୍ତି ୟୁନୁସ୍। ଯେପର୍ଯ୍ୟନ୍ତ ବାଂଲାଦେଶ ସରକାର ଚାହିଁନାହାଁନ୍ତି ସେପର୍ଯ୍ୟନ୍ତ ଭାରତ ତାଙ୍କୁ ରଖିପାରିବ।

ବାଂଲାଦେଶର ନୂଆ ଶାସନର ମଙ୍ଗ ଧରିଥିବା ମହମ୍ମଦ ୟୁନୁସ୍ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ ଚେତାବନୀ ଦେଇଛନ୍ତି। ଭାରତରେ ଶରଣ ନେଇଥିବା ଶେଖ ହାସିନାଙ୍କୁ ଚୁପ ରହିବାକୁ ପରାମର୍ଶ ଦେଇଛନ୍ତି ୟୁନୁସ୍। ଯେପର୍ଯ୍ୟନ୍ତ ବାଂଲାଦେଶ ସରକାର ଚାହିଁନାହାଁନ୍ତି ସେପର୍ଯ୍ୟନ୍ତ ଭାରତ ତାଙ୍କୁ ରଖିପାରିବ।

hasina

କନକ ବ୍ୟୁରୋ: ବାଂଲାଦେଶର ନୂଆ ଶାସନର ମଙ୍ଗ ଧରିଥିବା ମହମ୍ମଦ ୟୁନୁସ୍ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ ଚେତାବନୀ ଦେଇଛନ୍ତି। ଭାରତରେ ଶରଣ ନେଇଥିବା ଶେଖ ହାସିନାଙ୍କୁ ଚୁପ ରହିବାକୁ ପରାମର୍ଶ ଦେଇଛନ୍ତି ୟୁନୁସ୍। ଯେପର୍ଯ୍ୟନ୍ତ ବାଂଲାଦେଶ ସରକାର ଚାହିଁନାହାଁନ୍ତି ସେପର୍ଯ୍ୟନ୍ତ ଭାରତ ତାଙ୍କୁ ରଖିପାରିବ। କିନ୍ତୁ ଏଥିପାଇଁ ଗୋଟିଏ ସର୍ତ୍ତ ରଖିଛନ୍ତି ୟୁନୁସ୍। ଶେଖ ହାସିନାଙ୍କୁ ଚୁପ ରହିବାକୁ କହିଛନ୍ତି ୟୁନୁସ୍। ଖବର ସରବରାହ ସଂସ୍ଥା ପିଟିଆଇ ଏକ ସାକ୍ଷାତକାର ଦେଇ ଏଭଳି କହିଛନ୍ତି ମହମ୍ମଦ ୟୁନୁସ୍। ଭାରତ ହାସିନାଙ୍କୁ ଆଶ୍ରୟ ଦେବାକୁ ନେଇ ୟୁନୁସ୍ କହିଛନ୍ତି ଏହା ଉଭୟ ଭାରତ ଏବଂ ବାଂଲାଦେଶ ପାଇଁ ଭଲ ନୁହେଁ। ଶେଖ ହସିନାଙ୍କ ବିନା ବାଂଲାଦେଶ ଆଉ ଏକ ଆଫାଗାନିସ୍ତାନରେ ପରିଣତ ହୋଇଯିବ ବୋଲି ଆବାମୀ ଲିଗ କରୁଥିବା ପ୍ରଚାରକୁ ନୂଆଦିଲ୍ଲୀ ବିଶ୍ୱାସକୁ ନେବା ଉଚିତ ନୁହେଁ। ଭାରତରେ ରହି ଶେଖ ହସିନା ଦେଉଥିବା ବୟାନ ଆଦୌ ଗ୍ରହଣୀୟ ନୁହେଁ। ସେ ବର୍ତ୍ତମାନ ଭାରତରେ ଅଛନ୍ତି। ସେଠାରେ ରହି ଏପରି ବୟାନ ଦେବା ଅନେକ ସମସ୍ୟା ସୃଷ୍ଟି କରିବ। ଯଦି ସେ ଚୁପ ରହିବେ, ତା’ହେଲେ ଆମେ ସବୁ କିଛି ଭୁଲି ଯିବୁ। ଲୋକମାନେ ମଧ୍ୟ ତାଙ୍କୁ କ୍ଷମା କରିଦେବେ। କିନ୍ତୁ ଭାରତରେ ବସି ସେ କହିବେ ଓ ନିର୍ଦ୍ଦେଶ ଦେବେ, ଏହାକୁ କେହି ପସନ୍ଦ କରିବେ ନାହିଁ। ଅଗଷ୍ଟ ୧୩ରେ ହସିନା ନ୍ୟାୟ ପାଇଁ ଦାବି କରିଥିଲେ। ଦେଶର ହୋଇଥିବା ଆତଙ୍କବାଦୀ କାର୍ଯ୍ୟକଳାପ, ହତ୍ୟା ଓ ଭଙ୍ଗାରୁଜା ଘଟଣାର ତଦନ୍ତ କରି ଦୋଷୀଙ୍କୁ ଦଣ୍ଡ ଦେବା ପାଇଁ ସେ ଦାବି କରିଥିଲେ। ଯାହାକୁ କାଉଣ୍ଟରରେ କରି ନୂଆ ସରକାର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ୍ ଶେଖ ହାସିନାଙ୍କ ଉପରେ ଏଭଳି ବର୍ଷିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe