’ଯଦି ମୁଁ ବଞ୍ଚିଛି ତା ଅର୍ଥ ମୋର କିଛି ବଡ କାମ କରିବା ବାକି ଅଛି’ ... ; ଏଭଳି କହି ସମର୍ଥକଙ୍କୁ ସମ୍ବୋଧନ କଲେ ଶେଖ୍ ହସିନା

Advertisment

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ସମର୍ଥକଙ୍କୁ ସମ୍ବୋଧନ କରିଛନ୍ତି, ’ ତାଙ୍କ ବିରୋଧରେ ବାଂଲାଦେଶରେ ଆରମ୍ଭ ହୋଇଥିବା ବିଦ୍ରୋହ ତାଙ୍କର ହତ୍ୟା ପାଇଁ । ତାଙ୍କୁ ଓ ତାଙ୍କୁ ଭଉଣୀକୁ ହତ୍ୟା କରିବାକୁ ମୋହମ୍ମଦ ୟୁନୂସ ଯୋଜନା କରିଥିବା ସେ କହିଛନ୍ତି।

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ସମର୍ଥକଙ୍କୁ ସମ୍ବୋଧନ କରିଛନ୍ତି, ’ ତାଙ୍କ ବିରୋଧରେ ବାଂଲାଦେଶରେ ଆରମ୍ଭ ହୋଇଥିବା ବିଦ୍ରୋହ ତାଙ୍କର ହତ୍ୟା ପାଇଁ । ତାଙ୍କୁ ଓ ତାଙ୍କୁ ଭଉଣୀକୁ ହତ୍ୟା କରିବାକୁ ମୋହମ୍ମଦ ୟୁନୂସ ଯୋଜନା କରିଥିବା ସେ କହିଛନ୍ତି।

siekh hasina

siekh hasina Photograph: (kanakNews)

କନକ ବ୍ୟୁରୋ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ସମର୍ଥକଙ୍କୁ ସମ୍ବୋଧନ କରିଛନ୍ତି, ’ ତାଙ୍କ ବିରୋଧରେ ବାଂଲାଦେଶରେ ଆରମ୍ଭ ହୋଇଥିବା ବିଦ୍ରୋହ ତାଙ୍କର ହତ୍ୟା ପାଇଁ । ତାଙ୍କୁ ଓ ତାଙ୍କୁ ଭଉଣୀକୁ ହତ୍ୟା କରିବାକୁ ମୋହମ୍ମଦ ୟୁନୂସ ଯୋଜନା କରିଥିବା ସେ କହିଛନ୍ତି।
ବାଂଲାଦେଶରେ ବିଦ୍ରୋହ ତେଜିବାରେ ଲାଗିଥିବାବେଳେ ଶେଖ୍ ହସିନା ଫେସବୁକ ଲାଇଭରେ ଆବାମୀ ଲିଗ୍ ପାର୍ଟିର ସମର୍ଥକ ଓ ସାମ୍ବାଦିକଙ୍କୁ ସମ୍ବୋଧନ କରଥିଲେ । କହିଲେ, ତାଙ୍କ ବିରୋଧରେ ବାଂଲାଦେଶରେ ଆରମ୍ଭ ହୋଇଥିବା ଆନ୍ଦୋଳନ ତାଙ୍କୁ ଓ ତାଙ୍କ ଭଉଣୀଙ୍କୁ ହତ୍ୟା କରିବା ପାଇଁ। 

ତାଙ୍କ ବିରୋଧରେ ଏତେଥର ଷଡଯନ୍ତ୍ର ପରେ ବି ସେ ବାରମ୍ବାର ମୃତ୍ୟୁକୁ ମାତ୍ ଦେଇଛନ୍ତି ,  ଜୀବନ ଧରିଛନ୍ତି । ଏହାର ଅର୍ଥ ତାଙ୍କ ଦ୍ବାରା ଆହୁରି କିଛି ବଡ କାମ ହେବାକୁ ବାକି ଅଛି । ବୁଧବାର ତାଙ୍କ ଆବାସ ଉପରେ ବିଦ୍ରୋହୀଙ୍କୁ ଆକ୍ରମଣକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଥିଲେ ଶେଖ୍ ହସିନା । କହିଥିଲେ,  ମୁଁ ବାଂଲାଦେଶୀଙ୍କୁ ନ୍ୟାୟ ମାଗୁଛି । ମୁଁ କ’ଣ ଦେଶ ପାଇଁ କିଛି କରିନି । ତାହେଲେ ମୋତେ ଏଭଳି ଅପମାନ କାହିଁକି?’

ବୁଧବାର ମଝି ରାତିରେ ବିଦ୍ରୋହୀମାନେ ବାଂଲାଦେଶର ରାଷ୍ଟ୍ରପିତା ବଙ୍ଗବନ୍ଧୁ ଶେଖ୍ ମୁଜୀବୁର ରହମାନଙ୍କ ଧନମଣ୍ଡି-୩୨ ସ୍ଥିତି ଆବାସକରେ ନିଆଁ ଲଗାଇଦେବା ସହ ବୁଲଡୋଜରରେ ଭାଙ୍ଗି ପକାଇଥିଲେ । ଏହି ଘଟଣାକୁ ନେଇ ଭାବବିହ୍ବଳ ହୋଇଥିଲେ ହସିନାଏବଂ କହିଥିଲେ, ବିଦ୍ରୋହୀମାନେ ମୋର ଓ ମୋ ଭଉଣୀର ସନ୍ତକକୁ ଜାଳିପୋଡିଦେଲେ । ହେଲେ ଇତିହାସକୁ ପୋଡିପାରିବେନି କି ବୁଲଡୋଜରରେ ମାଟିରେ ମିଶାଇପାରିବେ ନାହିଁ । ସମୟ ଆସିବ ଇତିହାସ ପୁଣି ପ୍ରତିଶୋଧ ନେବ। 

କହିରଖୁଁ, ଏବେ ବାଂଲାଦେଶରେ ବିଦ୍ରୋହ ଆହୁରି ତୀବ୍ର ହେବାରେ ଲାଗିଛି। ବିଦ୍ରୋହୀମାନେ ରାଜରାସ୍ତାରେ ନାରା ଦେବା ସହ ହସିନାଙ୍କ ଐତିହାସିକ ଆବାସରେ ନିଆଁ ଲଗାଇବା ସହ ଖୁସି ବନାଇବା ଦେଖିବାକୁ ମିଳିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe