ହସ୍ପିଟାଲରେ ଭର୍ତ୍ତି ହେଲେ ବିଗବସ୍ ଫେମ୍ ଅଭିନେତ୍ରୀ ଶେହନାଜ୍ ଗିଲ୍ …

Advertisment

ଯେଉଁଥିରେ ସେ ହସ୍ପିଟାଲ ବେଡରେ ଶୋଇଥିବା ଦେଖିବାକୁ ମିଳିଛି । ‌ଶେହନାଜଙ୍କ ଅସୁସ୍ଥତା ବିଷୟରେ ଜାଣିବା ପରେ ଅଭିନେତ୍ରୀଙ୍କ ବନ୍ଧୁ କରଣ ବୀର ମେହରା ହସ୍ପିଟାଲରେ ପହଞ୍ଚିଥିଲେ ।

ଯେଉଁଥିରେ ସେ ହସ୍ପିଟାଲ ବେଡରେ ଶୋଇଥିବା ଦେଖିବାକୁ ମିଳିଛି । ‌ଶେହନାଜଙ୍କ ଅସୁସ୍ଥତା ବିଷୟରେ ଜାଣିବା ପରେ ଅଭିନେତ୍ରୀଙ୍କ ବନ୍ଧୁ କରଣ ବୀର ମେହରା ହସ୍ପିଟାଲରେ ପହଞ୍ଚିଥିଲେ ।

shehnaaz-gill

shehnaaz-gill Photograph: (google)

କନକ ବ୍ୟୁରୋ : ମନୋରଞ୍ଜନ ଶିଳ୍ପର ସମସ୍ତଙ୍କ ପ୍ରିୟର ଅଭିନେତ୍ରୀ ଶେହନାଜ ଗିଲଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏ ଖବରକୁ ଅଭିନେତ୍ରୀଙ୍କ ଭାଇ ଶେହବାଜ ସେୟାର କରି ଭଉଣୀଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି । ଶେହନାଜ ଭିଡିଓ କଲର ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ହସ୍ପିଟାଲ ବେଡରେ ଶୋଇଥିବା ଦେଖିବାକୁ ମିଳିଛି । ‌ଶେହନାଜଙ୍କ ଅସୁସ୍ଥତା ବିଷୟରେ ଜାଣିବା ପରେ ଅଭିନେତ୍ରୀଙ୍କ ବନ୍ଧୁ କରଣ ବୀର ମେହରା ହସ୍ପିଟାଲରେ ପହଞ୍ଚିଥିଲେ । ସେଠାରେ ସେ ଶେହନାଜଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା ପରେ ତାଙ୍କ ସହିତ କିଛି ସମୟର ଏକ ଭିଡିଓ କରିଥିଲେ । ଏହି ଭିଡିଓକୁ କରଣ ବୀର ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରି ଶେହନାଜଙ୍କ ସ୍ୱାସ୍ଥ୍ୟ ବିଷୟରେ ସୂଚନା ଦେଇ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ।

କରଣ କହିଛନ୍ତି, "ମୁଁ ଚାହେ ଯେ ଆପଣମାନେ ସମସ୍ତେ ଏହି ଝିଅ ପାଇଁ ବହୁତ ପ୍ରାର୍ଥନା କରନ୍ତୁ ଯାହା ଦ୍ଵାରା ସେ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରିବେ ।" ତେବେ ଶେହନାଜଙ୍କ ଅସୁସ୍ଥତାର ସଠିକ୍ କାରଣ ଜଣାପଡ଼ି ନଥିଲା କିନ୍ତୁ ତାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି । କିଛି ସୂତ୍ରରୁ ଜଣାପଡ଼ିଛି କି ଶେହନାଜଙ୍କୁ ନିମ୍ନ ରକ୍ତଚାପ ଯୋଗୁଁ ହସ୍ପିଟାଲ‌ରେ ଭର୍ତ୍ତି କରାଯାଇଛି । କିନ୍ତୁ ଏଯାଏଁ କିଛି ସ୍ପଷ୍ଟ ସୂଚନା ମିଳି ପାରିନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe