କନକ ବ୍ୟୁରୋ: ପାକ୍ ମୁଖ୍ୟମନ୍ତ୍ରୀଙ୍କ ମୁହଁରେ ଭାରତର ନାଁ, ଭାରତର ପ୍ରଶଂସା। ଆଉ ରହିପାରିଲେନି କି ସହି ପାରିଲେନି । କହୁକହୁ କହିଦେଲେ ପୁଟିନ୍ଙ୍କ ଆଗରେ । ପୁଟିନ୍ଙ୍କୁ ସାକ୍ଷାତକରି ଶେହବାଜ ଶରିଫ୍ କହିଲେ ଋଷ୍ ଆଉ ଭାରତ ମଧ୍ୟରେ ବଢୁଥିବା ସମ୍ପର୍କକୁ ମୁଁ ସମ୍ମାନ ଜଣାଉଛି । ଦୟାକରି ପାକ୍ ସହିତ ସମ୍ପର୍କ ଏବଂ ମଧ୍ୟ ବନ୍ଧୁତ୍ବ ମଧ୍ୟ ରଖନ୍ତୁ । ଆମେ ଆପଣଙ୍କ ସହିତ ସୁସମ୍ପର୍କ ରଖିବାକୁ ଚାହୁଁଛୁ । ମୋର ଅନୁରୋଧ ରକ୍ଷା କରନ୍ତୁ । ପୁଟିନ୍ଙ୍କ ଆଗରେ ଏଭଳି କାକୁତିମିନତି, ନେହୁରା ହୋଇ ପାକିସ୍ତାନ ସହ ବନ୍ଧୂତା ରଖିବାକୁ ଶେହବାଜ ଶରଫ୍ ଅନୁରୋଧ କରିଛନ୍ତି । ଖାଲି ଏପରି ନେହୁରା ହୋଇନଥିଲେ ପୁଟୁନ୍ଙ୍କ ଖୁବ୍ ପ୍ରଶଂସା ମଧ୍ୟ କରିଥିଲେ ଆଉ କହିଥିଲେ ଆପଣ ଜଣେ ଡାଇନାମିକ୍ ଲିଡର.. । ସେ ଆହୁରି ମଧ୍ୟ କହିଥିଲେ ଯେ, ପାକିସ୍ତାନ ବିଭିନ୍ନ କ୍ଷେତ୍ରରେ ରୁଷ ସହିତ ସମ୍ପର୍କକୁ ଆହୁରି ମଜବୁତ କରିବାକୁ ଆଗ୍ରହୀ ।
ଏହି ବୈଠକ ସମୟରେ, ଶରିଫ ପାକିସ୍ତାନର ରାଜନୈତିକ ଏବଂ ଅର୍ଥନୈତିକ ସ୍ଥିତି ଉପରେ ମଧ୍ୟ ଆଲୋକପାତ କରିଥିଲେ । ପାକିସ୍ତାନ ନିକଟରେ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବାରୁ, ରୁଷ ସହିତ ନିକଟତର ହେବା ଦ୍ୱାରା ଏହାକୁ କିଛି ମାତ୍ରାରେ ସହାୟତା ମିଳିପାରେ ବୋଲି ଆଶା କରାଯାଉଛି । ରୁଷର ଶକ୍ତି ଏବଂ ପ୍ରାକୃତିକ ସମ୍ପଦରୁ ପାକିସ୍ତାନ ଲାଭ ଉଠାଇବାକୁ ଚାହେଁ ପାକ୍ ।
ଅନ୍ତର୍ଜାତୀୟ ରାଜନୀତିରେ ରୁଷ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ୟୁକ୍ରେନ ଯୁଦ୍ଧ ପରେ, ରୁଷ ବିରୋଧରେ ଅନେକ ଦେଶ ପ୍ରତିବନ୍ଧକ ଲଗାଇଥିଲେ, କିନ୍ତୁ କିଛି ଦେଶ ରୁଷ ସହିତ ସମ୍ପର୍କ ବଜାୟ ରଖିଛନ୍ତି। ଏଭଳି ପରିସ୍ଥିତିରେ, ପାକିସ୍ତାନର ରୁଷ ସହିତ ସମ୍ପର୍କ ସ୍ଥାପନ କରିବା ଏକ ବଡ଼ କୂଟନୈତିକ ପଦକ୍ଷେପ ।
ଶେହବାଜ୍ ପୁଟିନ୍ଙ୍କୁ ଏପରି ପ୍ରଶଂସା କରିବାନେଇ କହୁଯାଉଛି ଯେ ପାକ୍ ଋଷ୍ର ନିକଟତର ହେବାକୁ ଚାହୁଁଛୁ ।
ଏସିଓ ସମ୍ମିଳନୀରେ ମୋଦୀ, ପୁଟିନ୍ଙ୍କୁ ନିକତର ଦେଖି ବୋଧ୍ ହୁଏ ସହ୍ୟ କରିପାରୁନାହାଁନ୍ତି ଶେହବାଜ୍ । ସେଥିପାଇଁ ତ ପୁଟିନ୍ଙ୍କୁ ସାକ୍ଷାତ କରି ତାଙ୍କ ମାଇଣ୍ଡ ୱାସ୍ କରିବାକୁ ଚେଷ୍ଟା କରିଛନ୍ତି ଶେହବାଜ୍ । ପୂର୍ବରୁ, SCO ସମ୍ମିଳନୀରେ, ଦେଖାଯାଥିଲା କି ସରିଫଙ୍କୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଏବଂ ହାତ ମିଳାଇବା ପାଇଁ ପୁଟିନ୍ଙ୍କ ପଛରେ ଦୌଡ଼ୁଥିବାର ଦେଖାଯାଇଥିଲା । ଏହି ଘଟଣାଟି ଗ୍ରୁପ ଫଟୋ ସୁଟ୍ ପରେ ଘଟିଥିଲା, ଯେତେବେଳେ ପୁଟିନ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହିତ ଶାହବାଜ ସରିଫଙ୍କ ସାମ୍ନା ଦେଇ ଯାଉଥିଲେ । ସରିଫଙ୍କ ଏହି କାର୍ଯ୍ୟ ସୋସିଆଲ ମିଡିଆରେ ଆଲୋଚନାର ବିଷୟ ପାଲଟିଥିଲା ।