କନକ ବ୍ୟୁରୋ : ୨୦୦୨ ମସିହାରେ ଆସିଥିବା ଗୀତ 'କାଟା ଲଗା'ରୁ ଶେଫାଲି ଜରିୱାଲା ରାତାରାତି ଷ୍ଟାର୍ ପାଲଟି ଯାଇଥିଲେ । ବଲିଉଡ ଫିଲ୍ମ ଏବଂ ଛୋଟ ପରଦାର ଅନେକ ରିଆଲିଟି ଶୋ'ରେ ନଜର ଆସିଥିବା ଶେଫାଲି ଗତ ଜୁନ ୨୭ରେ ହୃଦଘାତରେ ପ୍ରାଣ ହରାଇଥିଲେ । ଶେଫାଲିଙ୍କ ପୋଷ୍ଟମର୍ଟମ ରିପୋର୍ଟ ସାର୍ବଜନୀନ କରାଯାଇ ନଥିଲା କିନ୍ତୁ ଏହା କୁହାଯାଇଥିଲା ଯେ ଶେଫାଲି ଖାଲି ପେଟରେ ଆଣ୍ଟି-ଏଜିଂ ମେଡିସିନ ସେବନ କରିଥିଲେ । ବ୍ରତରେ ଆଣ୍ଟି-ଏଜିଂ ଔଷଧ ସେବନ ଶେଫାଲିଙ୍କ ମୃତ୍ୟୁର କାରଣ ବୋଲି କୁହାଯାଉଥିଲା । କିନ୍ତୁ ବର୍ତ୍ତମାନ ଶେଫାଲିଙ୍କ ସ୍ୱାମୀ ପରାଗ ତ୍ୟାଗୀ ପତ୍ନୀଙ୍କ ମୃତ୍ୟୁର କିଛି ମାସ ପରେ ଏହି ମାମଲାରେ ନିରବତା ଭାଙ୍ଗିଛନ୍ତି ଏବଂ କହିଛନ୍ତି ଯେ ଯେଉଁ ଦିନ ଶେଫାଲିଙ୍କୁ ହୃଦଘାତ ହୋଇଥିଲା, ସେହିଦିନ ସେ ଆଣ୍ଟି-ଏଜିଂ ଔଷଧ ଖାଇ ନଥିଲେ ।
/filters:format(webp)/kanak/media/media_files/2025/09/25/parag-2025-09-25-15-20-39.jpg)
ପରାଗ ତ୍ୟାଗୀ ୟୁଟ୍ୟୁବ ଚ୍ୟାନେଲ 'ଶେଫାଲି ପରାଗ ତ୍ୟାଗୀ'ରେ ଏହି କଥା କହିଥିଲେ । ସେ ଶେଫାଲି ଏବଂ ଆଣ୍ଟି-ଏଜିଂ ଔଷଧ ବିଷୟରେ କହିଛନ୍ତି ଯେ ‘‘ଶେଫାଲିଙ୍କୁ ମଲ୍ଟିଭିଟାମିନ୍ ନେବା ପସନ୍ଦ ନଥିଲା ଏବଂ ସେ ଭୁଲିଯାଉଥିଲେ, ସେଥିପାଇଁ ସେ IV ଡ୍ରିପ୍ ଭଳି ଏହାକୁ ମାସକୁ ଥରେ ନେଉଥିଲେ । ଏଥିରେ ମଲ୍ଟିଭିଟାମିନ୍, ଭିଟାମିନ୍ ସି, କୋଲାଜେନ୍ ଏବଂ ଗ୍ଲୁଟାଥାୟୋନ୍ ସାମିଲ ଥିଲା, ଯାହା ସବୁଠାରୁ ଭଲ ଆଣ୍ଟି-ଅକ୍ସିଡାଣ୍ଟ । ଏମିତି ନୁହେଁ ଯେ ଶେଫାଲି ସେହି ଦିନ ସାରା ଉପାସ ରହିଥିଲେ । ଶେଫାଲି ସେହିଦିନ ବ୍ରତ ରଖିଥିଲେ ଏବଂ ପୂଜା ପରେ ଖାଇ ସାରି ଶୋଇ ପଡ଼ିଥିଲେ । ପୁଣି ସେ ଉଠି କିଛି ଖାଇଥିଲେ ।"
ପରାଗ ତ୍ୟାଗୀ ଶେଫାଲିଙ୍କ ବିଷୟରେ ଆଣ୍ଟି-ଏଜିଂ ଔଷଧ ସମ୍ବନ୍ଧୀୟ ଦାବି ଉପରେ ନିରବତା ଭାଙ୍ଗିଛନ୍ତି । ସେ କହିଛନ୍ତି, "ଲୋକେ କେଉଁ ଆଣ୍ଟି-ଏଜିଂ ଔଷଧ ବିଷୟରେ କହୁଛନ୍ତି ? ସେ ନିଜ ବୟସ ଅନୁଯାୟୀ ଦେଖାଯାଉ ନଥିଲେ କାରଣ ସେଥିପାଇଁ ସେ ପରିଶ୍ରମ କରିଥିଲେ । ସେ ନିଜ ଡାଏଟକୁ ନିୟନ୍ତ୍ରଣରେ ରଖୁଥିଲେ,ଏହାର ଅର୍ଥ ନୁହେଁ ଯେ ସେ କିଛି ଖାଉ ନଥିଲେ । ଶେଫାଲି ଅଧା କିଲୋ ଆଇସକ୍ରିମ ଖାଇ ଦେଉଥିଲେ, କିନ୍ତୁ ତା'ପରେ ନିଜ ଉପରେ ପରିଶ୍ରମ କରୁଥିଲେ । ସପ୍ତାହକୁ ୨ ଥର ଆମେ ପ୍ରବଳ ଖାଉଥିଲୁ । ସେ ଚାଇନିଜ ଖାଉଥିଲେ କିମ୍ବା ପ୍ରତି ରବିବାର କିଛି ଅଲଗା ଖାଉଥିଲେ । ସେ ନିଜକୁ କେବେ ଉପାସ ରଖି ନାହାନ୍ତି । ମୁଁ ଜାଣିନି ଏହି ବ୍ରତ ବିଷୟଟି କେଉଁଠୁ ଆସିଲା । ବୋଧହୁଏ କେହି ଏହା କହିଥିଲେ ଏବଂ ସମସ୍ତେ ଏହି କଥାକୁ ଧରିନେଲେ । ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ପ୍ରଥମେ ସେମାନେ ସତ ଜାଣନ୍ତୁ ଏବଂ ତା'ପରେ କିଛି କୁହନ୍ତୁ ।"