କନକ ବ୍ୟୁରୋ:  ଅଭିନେତ୍ରୀ ଶେଫାଳୀ ଜରିୱାଲାଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରୁନାହାଁନ୍ତି ଫ୍ୟାନ୍ସ । କାର୍ଡିଆକ ଆରେଷ୍ଟରେ ପ୍ରାଣ ହରାଇଛନ୍ତି ୪୨ ବର୍ଷୀୟ ଶେଫାଳୀ । ପାଖ ଲୋକଙ୍କ କହିବାନୁଯାୟୀ କାମ ନ ମିଳିବାରୁ ଅବସାଦରେ ଥିଲେ କି ଶେଫାଳୀ ? ସେଥିପାଇଁ କିଛି ମେଡିସିନ୍‌   ଖାଉଥିଲେ କି ? ୪୨ ବର୍ଷରେ ମଧ୍ୟ ଫିଟ୍‌ ନଜର ଆସୁଥିଲେ ଶେଫାଳୀ । ଯେଉଁଥିପାଇଁ ଫ୍ୟାନ୍ସଙ୍କ ବିଶ୍ବାସ ହେଉନି ଯେ କଣ ହେଲା ତାଙ୍କର ମୃତ୍ୟୁ ଘଟିଲା । ପରାଗ ଏବଂ ଶେଫାଳୀଙ୍କ  ନିକଟତମ ଲୋକଙ୍କ କହିବାନୁଯାୟୀ କପୁଲ ସବୁବେଳେ ଖୁସିରେ ଥିବ ନଜର ଆସିଥାନ୍ତି ।  ଶେଫାଳୀ ସବୁବେଳେ ସୁସ୍ଥ ଲାଗିଥାନ୍ତି ।  ବହୁତ ଦିନ ହେବ ପରଦାରୁ ଦୁରେଇ ରହିଥିଲେ ।

Advertisment

ଲୋକେ ଭାବୁଥିବେ ବୋଧ ହୁଏ ସେଥିପାଇଁ ଅବସାଦରେ ଥାଇପାରନ୍ତି । କିନ୍ତୁ ସେପାରି କିଛି ନାହିଁ ଶେଫାଳୀ ଇଭେଣ୍ଟମାନଙ୍କରେ ଯାଅନ୍ତି । ତାଙ୍କ ପାଖରେ କାମ ଥିଲା । କାମରେ ବାହାକୁ  ଯାହା ଆସ ମଧ୍ୟ କରିଥାନ୍ତି ଶେଫାଳୀ । ସେହିପରି ଶେଫାଳୀଙ୍କ ଅନ୍ୟ ବନ୍ଧୁ କହିଛନ୍ତି, ଶେଫାଳୀ ଏକଦମ୍‌ ଫିଟ୍‌ ଥିଲେ।  କୌଣସି ପ୍ରକାରର ମେଡିସନ୍‌ ଖାଉନଥିଲେ । ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ବିଲ୍ଡିରେ ଆରାମରେ ବୁଲୁଥିଲେ। ଶେଫାଳୀଙ୍କ ବନ୍ଧୁମାନେ ଆହୁରି ମଧ୍ୟ କହିଛନ୍ତି, ପରାଗଙ୍କ ପରିବାର ସହ ରହୁଥିଲେ ଶେଫାଳୀ । ଶେଫାଳୀଙ୍କ ମୃତ୍ୟୁକୁ ନେଇ ପୁଲିସ୍‌ ନିଟତମ ବନ୍ଧୁମାନଙ୍କ ବୟାନ ରେକର୍ଡ କରିଛି ।