ଯାଜପୁର ନାବାଳିକା ଦୁଷ୍କର୍ମ ଘଟଣାରେ ମୁହଁ ଖୋଲିଲେ ପୀଡିତାଙ୍କ ମା: କହିଲେ, ୬ମାସ ହେବ ପଛରେ ପଡିଥିଲେ କୋଚ୍‌

କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିଥିଲେ ବି ହୋଇନଥିଲା କାର୍ଯ୍ୟାନୁଷ୍ଠାନ

ମୁହଁ ଖୋଲିଲେ ପୀଡିତାଙ୍କ ମା'

ମୁହଁ ଖୋଲିଲେ ପୀଡିତାଙ୍କ ମା'

କନକ ବ୍ୟୁରୋ:  ଯାଜପୁରରେ ନାବାଳିକା ଗଣଦୁଷ୍ମର୍ମ ଘଟଣାରେ ମୁହଁ ଖୋଲିଲେ ପୀଡିତାଙ୍କ ମା ।  ଅଭିଯୁକ୍ତ  ୬ ମାସ ହେଲା ତାଙ୍କ ଝିଅଙ୍କ ପଛରେ ପଡିବା ସହ ହଇରାଣ କରୁଥିଲେ। ଏନେଇ ସେ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ବି କୌଣସି ଫଳ ମିଳିନଥିଲା । କିନ୍ତୁ ଷ୍ଟାଡିୟମ କର୍ତ୍ତୃପକ୍ଷଙ୍କ ଚାପ ଯୋଗୁ ଥାନାରେ ବିଳମ୍ବରେ ଅଭିଯୋଗ କରିଥିବା କହିଛନ୍ତି । ଅନ୍ୟପଟେ ଏହି ଘଟଣାରେ  ସରକାରଙ୍କୁ ଟାର୍ଗେଟ କରିଛନ୍ତି ଯାଜପୁର ବିଧାୟିକା ସୁଜାତା ସାହୁ ।  ଘଟଣାରେ ସମସ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଧାୟିକା ଦାବି କରିଛନ୍ତି ।

୩ ତାରିଖରୁ ଘଟଣା ଘଟିଥିବା ବେଳେ  ପୀଡିତାଙ୍କ ମା କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । କାହିଁକି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ ବୋଲି ବିଧାୟିକା ପ୍ରଶ୍ନ କରିବା ସହ ଆଗାମୀ ଦିନରେ ନ୍ୟାୟ ପାଇଁ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଅନ୍ୟପଟେ ଏହି ଘଟଣାରେ ପୁଲିସ ୨ ମୁଖ୍ୟ ଅଭିଯୁକ୍ତଙ୍କ ସହ ମୋଟ ୪ ଜଣଙ୍କୁ ଅଟକ ରଖିଥିବା ବେଳେ ଆଜି ସାମ୍ବାଦିକ ସମ୍ମିଳନୀ କରି ପୁରା ଘଟଣାର ଖୁଲାସ କରିବ ବୋଲି ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe