କନକ ବ୍ୟୁରୋ: ଯାଜପୁରରେ ନାବାଳିକା ଗଣଦୁଷ୍ମର୍ମ ଘଟଣାରେ ମୁହଁ ଖୋଲିଲେ ପୀଡିତାଙ୍କ ମା । ଅଭିଯୁକ୍ତ ୬ ମାସ ହେଲା ତାଙ୍କ ଝିଅଙ୍କ ପଛରେ ପଡିବା ସହ ହଇରାଣ କରୁଥିଲେ। ଏନେଇ ସେ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ବି କୌଣସି ଫଳ ମିଳିନଥିଲା । କିନ୍ତୁ ଷ୍ଟାଡିୟମ କର୍ତ୍ତୃପକ୍ଷଙ୍କ ଚାପ ଯୋଗୁ ଥାନାରେ ବିଳମ୍ବରେ ଅଭିଯୋଗ କରିଥିବା କହିଛନ୍ତି । ଅନ୍ୟପଟେ ଏହି ଘଟଣାରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଯାଜପୁର ବିଧାୟିକା ସୁଜାତା ସାହୁ । ଘଟଣାରେ ସମସ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଧାୟିକା ଦାବି କରିଛନ୍ତି ।
୩ ତାରିଖରୁ ଘଟଣା ଘଟିଥିବା ବେଳେ ପୀଡିତାଙ୍କ ମା କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । କାହିଁକି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ ବୋଲି ବିଧାୟିକା ପ୍ରଶ୍ନ କରିବା ସହ ଆଗାମୀ ଦିନରେ ନ୍ୟାୟ ପାଇଁ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଅନ୍ୟପଟେ ଏହି ଘଟଣାରେ ପୁଲିସ ୨ ମୁଖ୍ୟ ଅଭିଯୁକ୍ତଙ୍କ ସହ ମୋଟ ୪ ଜଣଙ୍କୁ ଅଟକ ରଖିଥିବା ବେଳେ ଆଜି ସାମ୍ବାଦିକ ସମ୍ମିଳନୀ କରି ପୁରା ଘଟଣାର ଖୁଲାସ କରିବ ବୋଲି ଜଣାପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/07/22/jajpur-2025-07-22-07-41-08.jpg)