କନକ ବ୍ୟୁରୋ : ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅଧୀନ ବରିମୁଣ୍ଡ ଗାଁରେ ଅଭାବନୀୟ ଘଟଣା । ରଶ୍ମିତା ସ୍ୱାଇଁଙ୍କୁ ଶ୍ୱଶୁର ଘର ଲୋକ ଯୌତୁକ ପାଇଁ ମାରିଦେଇଥିବା ଅଭିଯୋଗ । ୯ ବର୍ଷ ତଳେ ଭଲ ପାଇ ବିବାହ କରିଥିଲେ , ଇଚ୍ଛା କରିଥିଲେ ପ୍ରେମ କରି ବିବାହ କରିଥିବା ପୁଅଟିର ହାତ ଧରି ସାରା ଜୀବନ ଖୁସିରେ ସଂସାର କରିବେ , ହେଲେ ତାଙ୍କ ଘଟିଗଲା କିଛି ଅଲଗା । ବାରମ୍ବାର ଯୌତୁକ ପାଇଁ ଘର ଲୋକଙ୍କୁ ଚାପ ପଡୁଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ପରିବାର ସଦସ୍ୟଙ୍କ କହିବା ଅନୁସାରେ , ଝିଅକୁ ମୋବାଇଲ ଧରାଇ ଦେଉ ନଥିଲେ । ହଠାତ୍ ଖବର ଦେଲେ ଝିଅ ହସ୍ପିଟାଲରେ ଅଛି, ଦେଖିଲା ବେଳକୁ ଝିଅ ନାହିଁ । ଏହି ଘଟଣାରେ ଶ୍ୱଶୁର ଘର ଲୋକ କୌଣସି ପ୍ରତିକ୍ରିୟା ଦେଉନାହାନ୍ତି ।
୯ ବର୍ଷ ତଳେ କରିଥିଲେ ପ୍ରେମ ବିବାହ , ଯୌତୁକ ପାଇଁ ଜାଳିଦେଲେ ଶାଶୂଘର ଲୋକେ !
୯ ବର୍ଷ ତଳେ ଭଲ ପାଇ ବିବାହ କରିଥିଲେ , ଯୌତୁକ ପାଇଁ ମାରିଦେଲେ ଶାଶୂ ଘର ଲୋକେ ।
/kanak/media/media_files/2025/08/04/15-2025-08-04-11-53-20.jpg)