କନକ ବ୍ୟୁରୋ: ଅଷ୍ଟ୍ରେଲିଆ ଗଣମାଧ୍ୟମରେ କୋହଲିଙ୍କ ସମାଲୋଚନା ଓ ଅପମାନ । କୋହଲି-କୋନଷ୍ଟାସ ବିବାଦକୁ ଅଷ୍ଟ୍ରେଲିଆ ନ୍ୟୁଜ ପେପରରେ କୋହଲିଙ୍କୁ ସମାଲୋଚନା କରିବାକୁ ପଛାଇନାହାନ୍ତି । ଏକତରଫା ଭାବେ କୋହଲିଙ୍କ ଉପରେ ମତ ରଖିଛନ୍ତି ଅଷ୍ଟ୍ରେଲିଆ ଗଣମାଧ୍ୟମ । କିଙ୍ଗ କୋହଲିଙ୍କୁ କ୍ଲାଉନ କୋହଲି କହିଛି ଦି-ୱେଷ୍ଟ ଅଷ୍ଟ୍ରେଲିଆନ ସେହିପରି ଡେଲି ଟେଲିଗ୍ରାଫ କୋହଲିଙ୍କୁ କିଙ୍ଗ-କୌନ ବୋଲି କ୍ୟାପସନ ଦେଇଛି । କୋହଲିଙ୍କ ଉପରେ ଅଷ୍ଟ୍ରେଲିଆ ଗଣମାଧ୍ୟମ ସବୁବେଳେ ଟାର୍ଗେଟ କରିଆସିଛି ନିକଟରେ ଏୟାରପୋର୍ଟରେ କୋହଲିଙ୍କ ପୁଅର ଫଟୋ ଉଠାଇବାକୁ ନେଇ ସାମ୍ବାଦିକଙ୍କ ସହ ବିବାଦ ଦେଖାଯାଇଥିଲା ହେଲେ ଆଜି ଯେପରି ଅଷ୍ଟ୍ରେଲିଆରେକୋହଲିଙ୍କୁ ନେଇକି ନ୍ୟୁଜ କରାଯାଇଛି ଲାଗୁଛି କ୍ରିକେଟ ଅଷ୍ଟ୍ରେଲିଆର ଟୁୱେଲଥ ମ୍ୟାନ ହେଉଛି ଅଷ୍ଟ୍ରେଲିଆ ଗଣମାଧ୍ୟମ ।

Advertisment

ଆଇସିସି କୋହଲି ଉପରେ ଲଗାଥିବା ଫାଇନ ଉପରେ ଖୁସି ନାହାନ୍ତି ଅଷ୍ଟ୍ରେଲୀୟ ଗଣାମଧ୍ୟମ, ସେମାନେ ଚାହୁଁଥିଲେ କୋହଲି ବାସନ୍ଦ ହୁଅନ୍ତୁ ଅର୍ଥାତ ଅନ୍ତିମ ଟେଷ୍ଟରେ କୋହଲି ନ ଖେଳନ୍ତୁ। ଅନ୍ୟପଟେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ଆଉଟ କୁ ନେଇ ବଡ ବୟାନ ଦେଇଛନ୍ତି ଅଷ୍ଟ୍ରେଲିଆର ପୁର୍ବତନ ଅଧିନାୟକ ରିକି ପଣ୍ଟିଂ, ରିକି କହିଛନ୍ତି ରୋହିତ ଶର୍ମାଙ୍କ ଟପ୍ ଅର୍ଡରକୁ ଫେରିବା ନିଷ୍ପତ୍ତି ବିଫଳ ସାବ୍ୟସ୍ତ ହେଲା ,ନିଜ ଫେଭରାଇଟ ସଟ ମଧ୍ୟ ଖେଳିପାରୁନାହାନ୍ତି ରୋହିତ, ଲାଗୁଛି ସେ ଅଳସୁଆ ହୋଇଯାଇଛନ୍ତି ।