କନକ ବ୍ୟୁରୋ: କେରଳରୁ ଆସିଲା ରାଜନୀତିର ରୋଚକ ଦୃଶ୍ୟ । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବିମାନବନ୍ଦରରୁ କଂଗ୍ରେସର ବରିଷ୍ଠ ନେତା ଶଶୀ ଥରୁର ସ୍ବାଗତ ଜଣାଇବା ଘଟଣା ଏବେ କଂଗ୍ରେସ ଶିବିରରେ କମ୍ପନ ସୃଷ୍ଟି କରିଛି । ଗୋଟିଏ ପଟେ ବିମାନବନ୍ଦରରେ ପ୍ରଧାନମନ୍ତ୍ରୀଙ୍କୁ ପାଛୋଟି ନେଉଛନ୍ତି ଶଶୀ ଥରୁର । ଅନ୍ୟଟି ହେଉଛି କେନ୍ଦ୍ର ସରକାରଙ୍କ କାର୍ଯ୍ୟକ୍ରମରେ ପହଁଚିଛନ୍ତି କଂଗ୍ରେସ ନେତା । କେରଳରେ ଆୟୋଜିତ ବିଶାଳ କାର୍ଯ୍ୟକ୍ରମର ଏହି ଦୁଇଟି ଦୃଶ୍ୟ ଅନେକ କଥା ପ୍ରକାଶ କରୁଛି । ପ୍ରଧାନମନ୍ତ୍ରୀଙ୍କୁ ପ୍ରଥମେ ହସ ହସ ମୁହଁରେ ଶଶୀ ସ୍ବାଗତ ସମ୍ବର୍ନ୍ଧନା ଜଣାଇବା ପରେ କେନ୍ଦ୍ର ସରକାରଙ୍କ କାର୍ଯ୍ୟକ୍ରମରେ ସାମିଲ ହେବା ଅନେକ ଚର୍ଚ୍ଚା ଆରମ୍ଭ ହେଲାଣି । ସବୁଠୁ ବଡ କଥା ହେଉଛି  ଅନ୍ୟପଟେ ମଞ୍ଚରେ ବସିଥିବା ସମୟରେ ଶଶୀଙ୍କ ନାଁ ନେଇ ମୋଦୀ ବିରୋଧୀଙ୍କୁ କଟାକ୍ଷ କରୁଛନ୍ତି ।

Advertisment

ଆଦାନୀ ପ୍ରସଙ୍ଗ ଉଠାଇ ବାରମ୍ବାର ବିଜେପିକୁ ଟାର୍ଗେଟ କରୁଥିବା ବିରୋଧୀଙ୍କୁ ଆଜି ଶଶୀ ଥରୁରଙ୍କ ନାଁ ନେଇ ଜବାବ ଦେଇଛନ୍ତି ମୋଦୀ । ଅନ୍ୟପଟେ ବିଜେପିର ଶୀର୍ଷ ନେତୃବୃନ୍ଦ ମୋଦୀଙ୍କୁ ସ୍ବାଗତ ଜଣାଇବାକୁ ଆସିଥିବା ବେଳେ ଶଶିଙ୍କ ଉପସ୍ଥିତି ଓ ଭାବଭଙ୍ଗୀ ବେଶ୍‌ ଚର୍ଚ୍ଚା ସାଉଣ୍ଟିଛି। ସବୁଠୁ ବଡ଼ କଥା ନିଜ ସୋସିଆଲ ମିଡିଆ ପୋଷ୍ଟରେ ନିଜେ ଶଶୀଙ୍କ ଫଟୋକୁ ପୋଷ୍ଟ କରିବା ସହ ଗର୍ବ ଅନୁଭବ କରୁଥିବା କହିଛନ୍ତି । ଏହାକୁ ନେଇ ଉଭୟ ବିଜେପି ଓ କଂଗ୍ରେସ ଶିବିରରେ ହଲଚଲ ଦେଖାଯିବା ସ୍ବାଭାବିକ କଥା ।

ତେବେ ଇଏ ପ୍ରଥମେ ଘଟଣା ନୁହେଁ, ବେଶ୍‌ କିଛି ଦିନ ହେବ ମୋଦୀ ଓ ବିଜେପିର ପ୍ରଶଂସା କରୁଛନ୍ତି ଶଶୀ ଥରୁର । ଭ୍ୟାକସିନ ଡିପ୍ଲୋମାସି, ବିଦେଶ ନୀତିକୁ ପ୍ରଶଂସା କରିଥିଲେ । ରୁଷ-ୟୁକ୍ରେନ୍‌ ଯୁଦ୍ଧରେ ଭାରତର ଆଭିମୁଖ୍ୟକୁ ମଧ୍ୟ ସମର୍ଥନ କରିଥିଲେ । ଏଥିସହ ଟ୍ରମ୍ପଙ୍କ ଟାରିଫ୍‌ କଟକଣାକୁ ନେଇ ଭାରତର ପଦକ୍ଷେପକୁ ସମର୍ଥନ କରିଥିଲେ  ।  କେରଳରେ ପହଁଚି ୯ହଜାର କୋଟିର ପରିଯୋଜନା ଭେଟି ଦେଇଛନ୍ତି କେନ୍ଦ୍ର ସରକାର । ଏହା ଭିତରେ ସବୁଠୁ ବଡ ପରିଯୋଜନା ହେଉଛି ବିଞ୍ଜିନଝାମ ବନ୍ଦର ।