କନକ ବ୍ୟୁରୋ : ବୀର ସାବରକର ଆୱାର୍ଡ ନେବାକୁ ମନା କଲେ କଂଗ୍ରେସ ସାଂସଦ ଶଶୀ ଥରୁର । ଏହାଦ୍ବାରା ବହୁଦିନର ବ୍ୟବଧାନ ପରେ ସାଂସଦ ଶଶୀ ନିଜ ଦଳ କଂଗ୍ରେସର ମତ ସହିତ ଏକମତ ହୋଇଛନ୍ତି । କ’ଣ ହୋଇପାରେ ଶଶୀ ଥରୁରଙ୍କ ମନ ପରିବର୍ତ୍ତନର କାରଣ ? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ଯୋଜନାକୁ ପ୍ରଶଂସା କରିବାରେ କଂଗ୍ରେସ ସାଂସଦ ଶଶୀ ଥରୁର କେତେବେଳେ ପଛୁଘୁଂଚା ଦିଅନ୍ତି ନାହିଁ । ଏହା କଂଗ୍ରେସ ବିରୋଧୀ ହେଉଥିଲେ ମଧ୍ୟ ସାଂସଦ ଏହାକୁ କେବେ ଖାତିର କରିବାର ନଜୀର ନାହିଁ । ମାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପିର ଆଦର୍ଶ ବୋଲାଉଥିବା ବୀର ସାବରକରଙ୍କ ନାମିତ ଆୱାର୍ଡ ଗ୍ରହଣ କରିବାକୁ ଶଶୀ ଥରୁର ସିଧାସଳଖ ମନା କରିଛନ୍ତି । ତାଙ୍କ ନାଁ ଘୋଷଣା କରିଥିବା ସଂଗଠନ ବାବଦରେ ସେ କିଛି ଜାଣିନଥିବାରୁ କହି ସମ୍ମାନ ନେବାକୁ ମନା କରିଦେଇଛନ୍ତି ।
ଅଧିକ ପଢ଼ନ୍ତୁ : ରାହୁଲ ଗାନ୍ଧୀ ଓ ଖଡ୍ଗେଙ୍କୁ ନିମନ୍ତ୍ରଣ ନଥିବା ସତ୍ତ୍ବେ ରାଷ୍ଟ୍ରପତିଙ୍କ ନୈଶଭୋଜିକୁ ଗଲେ ଶଶୀ ଥରୁର
ମାତ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଦ୍ବାରା ଉଦଘାଟିତ ହେଉଥିବା ଏହି ପୁରସ୍କାର ସମାରୋହର ଆୟୋଜକ ସଂଗଠନ ଉପରେ ଶଶୀ ସହେନ୍ଦ ପ୍ରକାଶ କରିବା ଆଶ୍ଚର୍ଯ୍ୟଜନକ କଥା । ଅପରେସନ ସିନ୍ଦୂର, ସର୍ବଦଳୀୟ ପ୍ରତିନିଧିମଣ୍ଡଳୀର ନେତୃତ୍ବ ଗ୍ରହଣ କରି ଶଶୀ ଥରୁର କଂଗ୍ରେସ ହାଇକମାଣ୍ଡଙ୍କ ବିରୋଧଭାସର ସମ୍ମୁଖୀନ ହୋଇଥିଲେ । ଏହାଛଡା ଜରୁରୀକାଳୀନ ପରିସ୍ଥିତି, ବଂଶବାଦ ରାଜନୀତି, ଓ ସଂସଦ ଅଚଳାବସ୍ଥାକୁ ନେଇ ଶଶୀ ସବୁବେଳେ ଦଳର ଆଭିମୁଖ୍ୟ ବିରୋଧରେ ଯାଇ ବୟାନ ଦେଈଥାନ୍ତି । ବର୍ତ୍ତମାନ ବୀର ସାବରକରଙ୍କ ନାମିତ ପୁରସ୍କାର ଗ୍ରହଣ ନକରି ଦଳୀୟ ବିଶୃଖଂଳାର ରେଡ ଜୋନ ପାର ନକରିବାକୁ ଉଚିତ ମଣିଛନ୍ତି ଶଶୀ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/10/sashi-2025-12-10-21-37-42.jpg)