ରାହୁଲ ଗାନ୍ଧୀ ଓ ଖଡ୍‌ଗେଙ୍କୁ ନିମନ୍ତ୍ରଣ ନଥିବା ସତ୍ତ୍ବେ ରାଷ୍ଟ୍ରପତିଙ୍କ ନୈଶଭୋଜିକୁ ଗଲେ ଶଶୀ ଥରୁର

Advertisment

ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମ୍ମାନରେ  ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆୟୋଜନ କରିଥିବା ନୈଶଭୋଜିକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ନିମନ୍ତ୍ରଣ କରାଯାଇନଥିଲା

ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମ୍ମାନରେ  ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆୟୋଜନ କରିଥିବା ନୈଶଭୋଜିକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ନିମନ୍ତ୍ରଣ କରାଯାଇନଥିଲା

SASI THARUR

Photograph: (KANAKNEWS)

କନକବ୍ୟୁରୋ :  ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମ୍ମାନରେ  ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆୟୋଜନ କରିଥିବା ନୈଶଭୋଜିକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ନିମନ୍ତ୍ରଣ କରାଯାଇନଥିଲା । କିନ୍ତୁ ନିମନ୍ତ୍ରଣ ପାଇ ନୈଶଭୋଜିରେ ଯୋଗଦେଇଥିଲେ କଂଗ୍ରେସ ସାଂସଦ ଶଶୀ ଥରୁର। ଏହାକୁ ନେଇ ରାଜନୈତିକ ବିବାଦ ସୃଷ୍ଟି ହୋଇଛି। ସରକାର ଗାଣତାନ୍ତ୍ରିକ ପରମ୍ପରାକୁ ସମ୍ମାନ ଦେଉ ନଥିବା ରାହୁଲ ଗାନ୍ଧୀ ଅଭିଯୋଗ କରି ସମାଲୋଚନା କରିଛନ୍ତି ।  

ଅଧିକ ପଢନ୍ତୁ... ପୁଟିନଙ୍କ ଗସ୍ତ ନେଇ ଏସ୍ ଜୟଶଙ୍କରଙ୍କ ବୟାନ : କୌଣସି ଦେଶ ଆମ ସମ୍ପର୍କ ଉପରେ କଟକଣା ଲଗାଇ ପାରିବେ ନାହିଁ

ବିରୋଧୀଙ୍କୁ ଜାଣିଶୁଣି ପୁଟିନଙ୍କଠାରୁ ଦୂରେଇ ରଖାଗଲା ବୋଲି ଅଭିଯୋଗ କରିଛନ୍ତି ରାହୁଲ। ଶଶୀ ଥରୁର ନିମନ୍ତ୍ରଣ ଗ୍ରହଣ କରିବା ନେଇ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ନେତା ପୱନ ଖେରା। ଅନ୍ୟପଟେ  ଶଶୀ ଥରୁରଙ୍କୁ ନିମନ୍ତ୍ରଣ କରାଯିବାକୁ ସମର୍ଥନ କରିଛି ବିଜେପି।  ଶଶୀ ଥରୁର ବୈଦେଶିକ ବ୍ୟାପାର ସଂସଦୀୟ ଷ୍ଟାଣ୍ଟିଂ କମିଟିର ଅଧ୍ୟକ୍ଷ ଥିବାରୁ ତାଙ୍କୁ ନିମନ୍ତ୍ରଣ କରାଯାଇଥିଲା ବୋଲି ବିଜେପି ଯୁକ୍ତି ବାଢ଼ିଛି ।

ନୈଶଭୋଜିରେ ବହୁମନ୍ତ୍ରୀଙ୍କ ସହ ଥରୁର ମିଳାମିଶାକୁ ନେଇ ମଧ୍ୟ ସୃଷ୍ଟି ହୋଇଛି ଭୃକୁଞ୍ଚନ । ପୂର୍ବରୁ ଶଶୀ ଥରୁରଙ୍କ ଲେଖାକୁ ନେଇ ମଧ୍ୟ କଂଗ୍ରେସ ଅସୁବିଧା ପରିସ୍ଥିତିର ସାମ୍ନା କରିଥିଲା। ଏବେ ଥରୁରଙ୍କୁ ଏହି ନୈଶଭୋଜିକୁ ନିମନ୍ତ୍ରଣ କରାଯିବା ଓ ଥରୁର ଏହା ଗ୍ରହଣ କରି ସେଥିରେ ଯୋଗଦେବାକୁ ନେଇ କଂଗ୍ରେସରେ ମତଭେଦର ସଂକେତ ମିଳୁଥିବା ରାଜନୈତିକ ପର୍ୟ୍ୟବେକ୍ଷକ ମତ ଦେଇଛନ୍ତି ।   

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe