କନକ ବ୍ୟୁରୋ : ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂଙ୍କ ଦେହାନ୍ତ ପରେ ଏବେ କଂଗ୍ରେସ ତାଙ୍କର ଏକ ପୃଥମ ସ୍ମାରକୀ କରିବା ପାଇଁ ନିବେଦନ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏହି ପ୍ରସ୍ତାବ ଦେବା ପରେ ଏବେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତଃ ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ । ତାଙ୍କ ବାପାଙ୍କ ପାଇଁ ତ ଏକ ଶୋକସଭା କରିନଥିଲ ବୋଲି କହି ଶର୍ମିଷ୍ଠା କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ଶର୍ମିଷ୍ଟା ଏକ ପୋଷ୍ଟ କରି ସେ ଲେଖିଛନ୍ତି ଯେ, ଯେତେବେଳେ ମୋ ପିତା ତଥା ପୂର୍ବତନ ଭାରତୀୟ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କର ଅଗଷ୍ଟ ୨୦୨୦ରେ ଦେହାନ୍ତ ହୋଇଥିଲା, ସେତେବେଳେ କଂଗ୍ରେସ କାର୍ୟ୍ୟକାରିଣୀ କମିଟି (ସିଡବ୍ଲ୍ୟୁଡି) ଦ୍ୱାରା ଶୋକସଭା କରାଯାଇନଥିଲା । କଂଗ୍ରେସର ଜଣେ ବରିଷ୍ଠ ନେତା ମୋତେ କହିଥିଲେ ଯେ ରାଷ୍ଟ୍ରପତିଙ୍କ ପାଇଁ ଏଭଳି ଶୋକସଭା ଅନୁଷ୍ଠିତ ହୁଏନାହିଁ । ହେଲେ ପରେ ସେ ତାଙ୍କ ବାପାଙ୍କ ଡାଏରୀରୁ ଜାଣିବାକୁ ପାଇଥିଲେ ଯେ, ପୂର୍ବତନ ରାଷ୍ଟ୍ରପତି କେ.ଆର.ନାରାୟଣନଙ୍କ ପାଇଁ କଂଗ୍ରେସ କାର୍ଯ୍ୟକାରିଣୀ କମିଟି ଏକ ଶୋକସଭା କରିଥିଲା ଏବଂ ତାଙ୍କ ପିତା ପ୍ରଣବ ମୁଖାର୍ଜୀ ସମବେଦନା ପତ୍ର ଲେଖିଥିଲେ । ସି.ଆର. କେଶବନ, ମନମୋହନଙ୍କ ପୃଥକ ସ୍ମାରକୀ ପ୍ରସ୍ତାବ ବିଷୟରେ ସୂଚନା ଦେଇ କରିଥିବା ପୋଷ୍ଟରେ କମେଣ୍ଟ ଦେଇ ଏଭଳି କହିଛନ୍ତି ଶର୍ମିଷ୍ଠା । ଏହାବ୍ୟତୀତ ସିଆର୍ କେସବନଙ୍କ ଏକ ପୋଷ୍ଟକୁ ଦର୍ଶାଇ କଂଗ୍ରେସ ଦଳର ସଦସ୍ୟଙ୍କୁ କେବଳ ଏଥିପାଇଁ ଅଣଦେଖା କରିଥିଲା କାରଣ ସେମାନେ ଗାନ୍ଧି ପରିବାରର ସଦସ୍ୟ ନଥିଲେ ବୋଲି ଶର୍ମିଷ୍ଠା କହିଛନ୍ତି ।
କଂଗ୍ରେସ ଉପରେ ବର୍ଷିଲେ ଶର୍ମିଷ୍ଟା
- ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂଙ୍କ ସ୍ମାରକୀ ପାଇଁ କଂଗ୍ରେସ ଦାବି ପରେ ବିବାଦ
- ପ୍ରଧାନମନ୍ତ୍ରୀଙ୍କୁ ମଲ୍ଲିକାର୍ଜୁନ ଖଡଗେ ଏହି ପ୍ରସ୍ତାବ ଦେବା ପରେ କଂଗ୍ରେସକୁ ଶର୍ମିଷ୍ଟାଙ୍କ ଟାର୍ଗେଟ
- ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତଃ ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀଙ୍କ କଡା ସମାଲୋଚନା
- ତାଙ୍କ ବାପାଙ୍କ ପାଇଁ ଏକ ଶୋକସଭା କରିନଥିଲ ବୋଲି କହି କଂଗ୍ରେସକୁ ଟାର୍ଗେଟ କରିଛନ୍ତି
- ଶର୍ମିଷ୍ଟା କହିଛନ୍ତି, ଯେତେବେଳେ ୨୦୨୦ରେ ତାଙ୍କ ପିତାଙ୍କ ଦେହାନ୍ତ ହୋଇଥିଲା..
- ସେତେବେଳେ କଂଗ୍ରେସ କାର୍ୟ୍ୟକାରିଣୀ କମିଟି ଶୋକସଭା କରିନଥିଲା
- ‘କଂଗ୍ରେସର ଜଣେ ବରିଷ୍ଠ ନେତା କହିଥିଲେ ରାଷ୍ଟ୍ରପତିଙ୍କ ପାଇଁ ଏଭଳି ଶୋକସଭା ଅନୁଷ୍ଠିତ ହୁଏନାହିଁ’
- ପରେ ସେ ତାଙ୍କ ବାପାଙ୍କ ଡାଏରୀରୁ ଜାଣିବାକୁ ପାଇଥିଲେ ପୂର୍ବତନ ରାଷ୍ଟ୍ରପତି ଶୋକସଭା କରିଥିଲା
- ପୂର୍ବ ରାଷ୍ଟ୍ରପତି କେ.ଆର.ନାରାୟଣନଙ୍କ ପାଇଁ କଂଗ୍ରେସ କାର୍ୟ୍ୟକାରିଣୀ କମିଟି ଏକ ଶୋକସଭା କରିଥିଲା, ଏବଂ ତାଙ୍କ ପିତା ପ୍ରଣବ ମୁଖାର୍ଜୀ ସମବେଦନା ପତ୍ର ଲେଖିଥିଲେ
- ସେମାନେ ଗାନ୍ଧି ପରିବାରର ସଦସ୍ୟ ନଥିଲେ ବୋଲି ତାଙ୍କୁ ଅଣାଦେଖା କରାଯାଇଥିବା ଶର୍ମିଷ୍ଠା କହିଛନ୍ତି