କନକ ବ୍ୟୁରୋ: ଡଙ୍ଗାବୁଡ଼ିରେ ଚାଲିଯାଇଥିଲେ ୨ ଝିଅ
ଏବେ ଦେବୀ ପାର୍ବତୀ ହେଲେ ଝିଅ
୨୦୧୪ରେ ହୀରାକୁଦରେ ଘଟିଥିଲା ଅଘଟଣ । ଡଙ୍ଗାବୁଡ଼ି ଅନେକ ଲୋକଙ୍କ ମୃତ୍ୟୁ ହୋଇଥିଲା । ସମ୍ୱଲପୁର ପାଞ୍ଚଗାଛିଆର ରାଜେନ୍ଦ୍ର ଶର୍ମା ଓ ଅଳକା ଶର୍ମା ସେମାନଙ୍କ ଦୁଇ ଝିଅଙ୍କୁ ହରାଇଥିଲେ । ଝିଅ ଜନ୍ମଦେଇ କନ୍ୟାଦାନ କରି ପାରି ନଥିବାରୁ ମନରେ ଅବସୋସ ରହିଯାଇଥିଲା । ହେଲେ ଏଥର ଡାକ ଶୁଣିଛନ୍ତି ଦେବୀ ପାର୍ବତୀ । ଏବର୍ଷ ବାବା ଗୁପ୍ତେଶ୍ୱରଙ୍କୁ ଜ୍ୱାଇଁ ରୂପରେ ପାଇବା ସହ ପାର୍ବତୀଙ୍କୁ କନ୍ୟା ଭାବରେ ଦାନ କରିବାର ସୌଭାଗ୍ୟ ମିଳିଛି ।
ବିବାହ ପାଇଁ ଚାଲିଛି ଜୋରସୋରରେ ପ୍ରସ୍ତୁତି । ଯେମିତି କୌଣସି ଜିନିଷର ଅଭାବ ନହୁଏ, ସେନେଇ ପୂରା ପରିବାର ଲାଗି ପଡ଼ିଛନ୍ତି । ଜିନିଷପତ୍ର କିଣାକିଣି ଚାଲିଛି । ଝିଅ ଜ୍ବାଇଁଙ୍କ ପାଇଁ ସୁନା, ରୁପା, କଂସା ବାସନ, ପଲଙ୍କ, ଗଦି କମଳଠାରୁ ଆରମ୍ଭ କରି କେତେ କ’ଣ ସାମଗ୍ରୀରେ ଘର ଭର୍ତ୍ତି ହୋଇଗଲାଣି। ଆସନ୍ତା ୩୧ ତାରିଖରେ ହେବ ବାବା ଗୁପ୍ତେଶ୍ୱର ଓ ଦେବୀ ପାର୍ବତୀଙ୍କ ବାହାଘର । ଏଥିପାଇଁ ଶର୍ମା ପରିବାରରେ ନାହିଁନଥିବା ଆନନ୍ଦ ।
ଡଙ୍ଗାବୁଡି ଘଟଣାରେ ଦୁଇ ଝିଅଙ୍କୁ ହରାଇଥିଲେ ; ଏବର୍ଷ ମା’ ପାର୍ବତୀଙ୍କୁ କନ୍ୟା ଭାବେ ପାଇଲେ
ପାଖେଇ ଆସୁଛି ଶୀତଳ ଷଷ୍ଠୀ ଶିବ ବିବାହ ପାଇଁ ସମ୍ବଲପୁରରେ ଚାଲିଛି ଜୋରଦାର ପ୍ରସ୍ତୁତି । ଡଙ୍ଗାବୁଡ଼ି ଘଟଣାରେ ଦୁଇ ଝିଅଙ୍କୁ ହରାଇଥିଲେ, ଏବର୍ଷ ଦେବୀ ପାର୍ବତୀଙ୍କୁ କନ୍ୟା ଭାବେ ପାଇଲେ । ଆନନ୍ଦରେ ଆତ୍ମହରା ଶର୍ମା ପରିବାର ।
/kanak/media/media_files/2025/05/24/qFMeMcIEtqdDVdntTK42.jpg)