କଙ୍ଗନା ରାଣାୱତଙ୍କ ନାଁରେ ବକେୟା ଏକଲକ୍ଷ ଟଙ୍କାର ବିଦ୍ୟୁତ ବିଲ୍‌,  ହିମାଚଳ ମଣ୍ଡି ଘରକୁ ଫାଇନ୍‌ ସହ ବିଲ୍‌ ପଠାଇଲା ବିଦ୍ୟୁତ ବିଭାଗ

ହିମାଚଳ ମଣ୍ଡି ଘରକୁ ଫାଇନ୍‌ ସହ ବିଲ୍‌ ପଠାଇଲା ବିଦ୍ୟୁତ ବିଭାଗ । ରାଜ୍ୟ ସରକାରଙ୍କୁ ଦାୟୀ କଲେ କଙ୍ଗନା ।

କଙ୍ଗନାଙ୍କ ବିଜୁଳି ବିଲ୍‌ ବାକି

କଙ୍ଗନାଙ୍କ ବିଜୁଳି ବିଲ୍‌ ବାକି Photograph: (kanakNews)

କନକ ବ୍ୟୁରୋ; ଏବେ ନଜର ପକାଇବା ଆଉ ଏକ ରୋଚକ ଖବର ଉପରେ । ଅଭିନେତ୍ରୀ ତଥା ବିଜେପି ସାଂସଦଙ୍କ ନାଁରେ ଏକ ଲକ୍ଷ ଟଙ୍କାର ବକେୟା ବିଦ୍ୟୁତ ବିଲ୍‌ । 

ହିମାଚଳପ୍ରଦେଶ ମନାଲିରେ ଥିବା କଙ୍ଗନାଙ୍କ ଘରେ ଉପରେ ୧ଲକ୍ଷ ଟଙ୍କାର ବିଲ୍‌ ଆଣି ଶୀଘ୍ର ପୈଠ କରିବାକୁ କହିଛି ବିଦ୍ୟୁତ ବିଭାଗ । ଦୁଇମାସର ବିଲ୍‌ ଓ ଫାଇନ୍‌ ବୋଲି ଜଣାପଡିଛି । ବିଦ୍ୟୁତ ବିଭାଗ ଅଧୀକାରୀ ସନ୍ଦିପ କୁମାର କହିଛନ୍ତି ଜାନୁଆରୀ ୧୬ରୁ କୌଣସି ବିଲ ପୈଠ କରାଯାଇନି । ୯୦ହଜାର ୩୮୪ ଟଙ୍କାର ବିଲ୍‌ ଏବେ ଫାଇନ ମିଶି ଏକ ଲକ୍ଷରେ ପହଁଚିଛି ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe