ସରିଲା ଶ୍ରୀମନ୍ଦିର ପରିଚଳନା କମିଟି ବୈଠକ ,ପହଣ୍ଡି ବିଭ୍ରାଟକୁ ନେଇ ହେବ ସମୀକ୍ଷା । ଗଠନ ହେବ ପହଣ୍ଡି ସମନ୍ୱୟ ଟିମ

Advertisment

ଆରମ୍ଭ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । କମିଟିର ସ୍ଥାୟୀ ସଭାପତି ଗଜପତି ମହାରାଜାଙ୍କ ନେତୃତ୍ୱରେ ଆରମ୍ଭ ହୋଇଛି ବୈଠକ ।

ଆରମ୍ଭ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । କମିଟିର ସ୍ଥାୟୀ ସଭାପତି ଗଜପତି ମହାରାଜାଙ୍କ ନେତୃତ୍ୱରେ ଆରମ୍ଭ ହୋଇଛି ବୈଠକ ।

puri

କନକବ୍ୟୁରୋ: ଆରମ୍ଭ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । କମିଟିର ସ୍ଥାୟୀ ସଭାପତି ଗଜପତି ମହାରାଜାଙ୍କ ନେତୃତ୍ୱରେ ଆରମ୍ଭ ହୋଇଛି ବୈଠକ । ବୈଠକ ଆରମ୍ଭରେ ମହାପ୍ରଭୁଙ୍କ ସ୍ତୁତି ବନ୍ଦନା ହୋଇ ବୈଠକ କୁ ଆରମ୍ଭ କରାଯାଇଛି। ମୁଖ୍ୟ ପ୍ରଶାସକ ଗଜପତି ଅହିଂସା ଖଣ୍ଡୁଆ ପାଟ ଦେଇ ସ୍ଵାଗତ କରିଛନ୍ତି। କାର୍ୟ୍ୟକାରୀ ପରିଚାଳନା କମିଟିର ଏହା ହେଉଛି ଶେଷ ବୈଠକ । ତେଣୁ ପ୍ରଥମେ ପରିଚାଳନା କମିଟି ସଦସ୍ୟ ମାନଙ୍କୁ ସମର୍ଦ୍ଧନା ଦିଆଯାଇଛି ।

ପରିଚାଳନା କମିଟି ବୈଠକର କାର୍ୟ୍ୟକାଳ ଶେଷ ହୋଇଛି। ଏହାପରେ ଶ୍ରୀମନ୍ଦିର ପରିଚାଳନା କମିଟିର ନବକଳେବର ହେବ। ତେବେ ଆଜି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବୈଠକରେ ଆଲୋଚନା ହେବେ। ବଳଭଦ୍ର ମହାପ୍ରଭୁଙ୍କ ଆଡ଼ପ ପହଣ୍ଡି ସମୟରେ ଅଘଟଣ ଠାରୁ ଆରମ୍ଭ କରି ଜମିଜମା ସମସ୍ୟା ପର୍ୟ୍ୟନ୍ତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବା ସହ ଚଳିତ ବର୍ଷର ବଜେଟ୍ ଉପସ୍ଥାପନ ହେବ। ତା ସହିତ ଗତ ଜୁନ ୧୯,ଜୁନ ୨୫ ଓ ଅଗଷ୍ଟ ୫ ତାରିଖରେ ହୋଇଥିବା ପରିଚାଳନା କମିଟିର ଆଲୋଚନା ଉପରେ ପୁନଃ ଆଲୋଚନା କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe