କନକ ବ୍ୟୁରୋ : ଶାରଦୀୟ ନବରାତ୍ରି ୨୦୨୫ର ଆଜି ପ୍ରଥମ ଦିନ । ଏହି ଅବସରରେ ଆଜି ଦେଶବ୍ୟାପୀ ଭକ୍ତିମୟ ପରିବେଶ ଓ ଉତ୍ସବର ପରିବେଶ । ଦେଶର ପ୍ରମୁଖ ଶକ୍ତିପୀଠ ଓ ମନ୍ଦିର ଗୁଡ଼ିକରେ ସକାଳୁ ସକାଳୁ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ବାରାଣସୀରେ ଶାରଦୀୟ ନବରାତ୍ରିର ପ୍ରଥମ ଦିନରେ ଦୁର୍ଗାକୁଣ୍ଡସ୍ଥିତ ଦୁର୍ଗା ମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗିଛି । ମା’ଙ୍କ ଦର୍ଶନ, ପୂଜା ଓ ଆରତିରେ ମନ୍ଦିର ପରିସରରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ । ଶ୍ରୀମହାକାଳେଶ୍ୱର ମନ୍ଦିରରେ ବାବା ମହାକାଳ ମୁଣ୍ଡମାଳା ପରିଧାନ କରି ଭସ୍ମ ଆରତି ସମୟରେ ଦିବ୍ୟ ଦର୍ଶନ ଦେଇଛନ୍ତି । ହଜାର ହଜାର ଭକ୍ତ ମନ୍ଦିରରେ ପୂଜା ଓ ଦର୍ଶନ ପାଇଁ ଜମା ହୋଇଛନ୍ତି । ଅମୃତସର ବଡ଼ ହନୁମାନ ମନ୍ଦିରରେ ପ୍ରସାଦ ସେବନ ଓ ଉତ୍ସବ ଆୟୋଜନ କରାଯାଇଛି । ପୂଜା, ଭଜନ ଓ ଭକ୍ତିମୟ ପରିବେଶରେ ସାରା ଜଗତ ଉତ୍ସବମୁଖର ହୋଇ ଉଠିଛି । ଦିଲ୍ଲୀସ୍ଥିତ ଶ୍ରୀଆଦ୍ୟ କାତ୍ୟାୟନୀ ଶକ୍ତିପୀଠରେ ଭକ୍ତମାନେ ମା’ ଦୁର୍ଗାଙ୍କୁ ପ୍ରାର୍ଥନା କରିବା ପାଇଁ ଭିଡ଼ ଜମାଇଛନ୍ତି । ମୁମ୍ବାଇରେ ଶାରଦୀୟ ନବରାତ୍ରିର ପ୍ରଥମ ଦିନରେ ମୁମ୍ବାଦେବୀ ମନ୍ଦିରରେ କାକଡ଼ ଆରତି ଅନୁଷ୍ଠିତ ହୋଇଛି । ଭକ୍ତମାନେ ମା’ଙ୍କ ଦର୍ଶନ ଓ ପୂଜା ପାଇଁ ଭିଡ଼ ଜମାଇଛନ୍ତି । ମନ୍ଦିର ଭକ୍ତିମୟ ଓ ପରିବେଶ ଉତ୍ସବମୁଖର ହୋଇ ଉଠିଛି ।

Advertisment