କନକବ୍ୟୁରୋ : ଏନସିପି ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ଶରଦ ପାଵାରଙ୍କୁ ସ୍ଵାସ୍ଥ୍ୟଗତ ସମସ୍ୟା ପାଇଁ ପୁଣେର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେ ସାମାନ୍ୟ ଡିହାଇଡ୍ରେସନ୍ ରେ ପୀଡ଼ିତ ଥିବା ନେଇ ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି । ବର୍ତ୍ତମାନ ତାଙ୍କ ସ୍ଵାସ୍ଥ୍ୟାବସ୍ଥା ସ୍ଥିର ରହିଛି । 
ରବିବାର ଶରଦ ପାଵାରଙ୍କ ସ୍ଵାସ୍ଥ୍ୟାବସ୍ଥାରେ ଅଚାନକ ସମସ୍ୟା ଦେଖାଦେଇଥିଲା ।  ପରେ ତାଙ୍କୁ ପୁଣେର ‘ରୁବି ହଲ୍ କ୍ଲିନିକ’ରେ ଭର୍ତ୍ତି କରାଯାଇଥିଲା । ସେଠାରେ ହସ୍ପିଟାଲର ମୁଖ୍ୟ ହୃଦରୋଗ ବିଶେଷଜ୍ଞ ତଥା ଅଧ୍ୟକ୍ଷ ଡାକ୍ତର.ପରଭେଜ ଗ୍ରାଣ୍ଟ୍ ଶରଦଙ୍କ ସ୍ଵାସ୍ଥ୍ୟାବସ୍ଥା ଯାଞ୍ଚ କରିଥିଲେ , ଏବଂ ସେ ଡିହାଇଡ୍ରେସନର ଶିକାର ହୋଇଥିବା ସୂଚନା ଦେଇଥିଲେ। ବର୍ତ୍ତମାନ ଶରଦ ଡାକ୍ତରଙ୍କ ନିରିକ୍ଷଣରେ ଅଛନ୍ତି, ଦୁଇଦିନ ହସ୍ପିଟାଲରେ ରହିବା ପରେ ତାଙ୍କୁ ଡିସଚାର୍ଜ କରିଦିଆଯିବ ବୋଲି ଡାକ୍ତରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

Advertisment