କନକ ବ୍ୟୁରୋ: ଛାତ୍ର ଅପହରଣ ଅଭିଯୋଗ, ଉଦ୍ଧାର ପରେ ଡାକ୍ତରଖାନାରେ ଭର୍ତ୍ତି । କେନ୍ଦୁଝର କରଦାଙ୍ଗି ଗାଁର ସଞ୍ଜୟ ପାତ୍ରଙ୍କ ୧୨ ବର୍ଷୀୟ ପୁଅ ଶାନ୍ତନୁ ପାତ୍ରଙ୍କୁ ଅପହରଣ କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଗତ ୨୭ତାରିଖରେ ଗାଁର ରଶ୍ମି ପାତ୍ର ଓ ତାଙ୍କ ଶ୍ୱଶୁର ବୁଟା ପାତ୍ରଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ପରିବାର। ଏପରିକି ଶାନ୍ତନୁଙ୍କୁ ଘରେ ବାନ୍ଧି ରଖିଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଘଟଣାରେ କେନ୍ଦୁଝର ଏସପିଙ୍କ ନେତୃତ୍ୱରେ ପୁଲିସ ଫୋର୍ସ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଥିଲେ। ଆଜି ସକାଳେ ଛାତ୍ର ଜଣକ ଅଭିଯୁକ୍ତଙ୍କ ଘର ପଛ ପଟ ବୁଦା ମୂଳରୁ ପଡ଼ିଥିବା ସୂଚନା ମିଳିବା ପରେ ଶାନ୍ତନୁଙ୍କୁ ସେଠାରୁ ଉଦ୍ଧାର କରାଯାଇଛି ଏବଂ ତେଲକୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପରେ ଅଧିକ ଚିକିତ୍ସା ପାଇଁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।
୩ ଦିନ ପରେ ଉଦ୍ଧାର ହେଲେ ଅପହୃତ ଛାତ୍ର । ୧୨ ବର୍ଷର ଛାତ୍ର ଶାନ୍ତନୁ ଉଦ୍ଧାର କଲା ପୋଲିସ
Advertisment
Follow Us