କନକ ବ୍ୟୁରୋ: କାଲି କଳି, ଆଜି କୋଳାକୋଳି। ଶଙ୍ଖ ଭବନରେ ଦୁଇ ବିଜେଡି ନେତ୍ରୀଙ୍କ ମଧ୍ୟରେ ମାରପିଟ ଘଟଣାରେ ପଡିଲା ପୂର୍ଣ୍ଣଚ୍ଛେଦ। ଉଭୟ ନେତ୍ରୀଙ୍କୁ ବୁଝାସୁଝା କରିବା ସହ ମନୋମାଳିନ୍ୟ ଦୂର କରିଛି ଦଳ। ଶଙ୍ଖଭବନରେ ଏଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବାରୁ କ୍ଷମା ମାଗିଛନ୍ତି ଇପସିତା।  ଉଭୟ ପୁଷ୍ପାଞ୍ଜଳି ଓ ଇପସିତା ଗଣମାଧ୍ୟମ ସାମ୍ନାକୁ ଆସି ଶଙ୍ଖଭବନରେ ହୋଇଥିବା ଘଟଣା ବାବଦରେ ମୁହଁ ଖୋଲିଛନ୍ତି। ପୁଷ୍ପାଞ୍ଜଳି କହିଛନ୍ତି, ଆମ ଭିତରେ କିଛି ମନାନ୍ତର ନାହିଁ। ମୁଁ ଇପସିତାକୁ ସ୍ନେହ ଦେବି, ସେ ମଧ୍ୟ ମୋତେ ବଡଭଉଣୀ ଭାବେ ସମ୍ମାନ ଦେବେ। ଅନ୍ୟପଟେ ଇପସିତା କହିଛନ୍ତି, ପୁଷ୍ପା ଅପା ମୋ ବଡ ଭଉଣୀ । ଗତ କାଲି ଗୋଟାଏ କ୍ଲିପ୍ ଭାଇରାଲ୍ ହେଲା। ୯ ସେକେଣ୍ଡର ଭିଡିଓକୁ ବଡ କରାଗଲା। ଗଣମାଧ୍ୟମ ଯେଉଁଟା ସତ୍ୟ ତାହା ଦେଖାନ୍ତୁ। ସେହିଭଳି ଦଳର ବରିଷ୍ଠ ମହିଳା ନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, ଛୋଟ ଘଟଣାକୁ ବଡ କରି ଦେଖାଯାଇଛି। ମନାନ୍ତର-ମତାନ୍ତର ଥିଲା, କୌଣସି ବିବାଦ ନାହିଁ। 

Advertisment