ପ୍ରେମାନନ୍ଦ ମହାରାଜଙ୍କ ସପକ୍ଷରେ ଜ୍ୟୋତିଷ ପୀଠର ଶଙ୍କରାଚାର୍ଯ୍ୟ : ଜଗଦଗୁରୁଙ୍କୁ କହିଲେ ଦେଖାଯାଉନି ବୋଲି କ’ଣ ଶୁଣା ବି ଯାଉନି ?

ଜ୍ୟୋତିଷ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ଅବିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ ବିବାଦ ଉପରେ କଡ଼ା ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ପ୍ରେମାନନ୍ଦ ମହାରାଜ ଦିନସାରା ସଂସ୍କୃତରେ ହିଁ ଭଗବାନଙ୍କ ନାମ ଉଚ୍ଚାରଣ କରୁଛନ୍ତି , ଯଦି ଆପଣଙ୍କୁ ଦେଖାଯାଉନାହିଁ ତେବେ କ’ଣ ଶୁଣାଯାଉନାହିଁ ? 

BABA-Controversy

BABA-Controversy Photograph: (KanakNews)

କନକ ବ୍ୟୁରୋ : ବର୍ତ୍ତମାନ କଥାବାଚକ ଏବଂ ସନ୍ଥଙ୍କ କଥା ସୋସିଆଲ୍ ମିଡିଆଠାରୁ ଆରମ୍ଭ କରି ଗଣମାଧ୍ୟମ ପର୍ଯ୍ୟନ୍ତ ଚାରିଆଡ଼େ ଚର୍ଚ୍ଚା ହେଉଛି । ମହିଳାଙ୍କ ଉପରେ ନେଇ ହୋଇଥିବା ଟିପ୍ପଣୀରୁ ଆରମ୍ଭ ହୋଇଥିବା ବିବାଦର ଏହି ଧାରାବାହିକ ବର୍ତ୍ତମାନ ପର୍ଯ୍ୟନ୍ତ ଚାଲିଛି । ଏହାରି ଭିତରେ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ ବୃନ୍ଦାବନର ସନ୍ଥ ପ୍ରେମାନନ୍ଦ ମହାରାଜଙ୍କୁ ନେଇ କରିଥିବା ଟିପ୍ପଣୀକୁ ନେଇ ସାଧୁସନ୍ଥମାନଙ୍କ ମଧ୍ୟରେ ନୂଆ ବିତର୍କ ଆରମ୍ଭ ହୋଇଛି । ଜ୍ୟୋତିଷ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ଅବିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ ବିବାଦ ଉପରେ କଡ଼ା ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ପ୍ରେମାନନ୍ଦ ମହାରାଜ ଦିନସାରା ସଂସ୍କୃତରେ ହିଁ ଭଗବାନଙ୍କ ନାମ ଉଚ୍ଚାରଣ କରୁଛନ୍ତି , ଯଦି ଆପଣଙ୍କୁ ଦେଖାଯାଉନାହିଁ ତେବେ କ’ଣ ଶୁଣାଯାଉନାହିଁ ? 

Shankaracharya-Swami
Shankaracharya-Swami Photograph: (google)

ସ୍ୱାମୀ ଅବିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ କହିଛନ୍ତି , ‘‘ପ୍ରେମାନନ୍ଦ ମହାରାଜ ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧିଥିବା ଜଣେ ମହାତ୍ମା , ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ କହୁଛନ୍ତି ଯେ ତାଙ୍କୁ ସଂସ୍କୃତରେ ଗୋଟିଏ ବି ଅକ୍ଷର ଆସେନାହିଁ । ତାଙ୍କୁ ସଂସ୍କୃତ ଆସିବାର ଆବଶ୍ୟକତା କ’ଣ ? ସେ ତ ଭଗବାନଙ୍କ ନାମର ପ୍ରଚାର କରୁଛନ୍ତି । ଭଗବାନଙ୍କ ନାମ ସଂସ୍କୃତରେ ହିଁ ରହିଛି । ଭଗବାନଙ୍କ ନାମ କେଉଁ ଭାଷାରେ ରହିଛି କହିବେ କି ଜଗଦଗୁରୁ ? ଯିଏ ଦିନସାରା ରାଧେ , ରାଧେ , କୃଷ୍ଣ , କୃଷ୍ଣ , ହେ ଗୋବିନ୍ଦ , ହେ ଗୋପାଳ ବୋଲି ନାମଜପ କରୁଛନ୍ତି ଏବଂ ଲୋକଙ୍କୁ ନାମ ସ୍ମରଣ କରିବା ପାଇଁ ପ୍ରେରିତ କରୁଛନ୍ତି ; ଏହି ସବୁ ନାମ କେଉଁ ଭାଷାର ଦୟାକରି କହିବେ କି , ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ ।

 

‘‘ଯେଉଁ ବ୍ୟକ୍ତି ଭଗବାନଙ୍କ ନାମର ଉଚ୍ଚାରଣ କରୁଛି । ସମ୍ବୋଧନରେ ଉଚ୍ଚାରଣ କରୁଛି ସେ ଦିନସାରା ସଂସ୍କୃତ ହିଁ ବୋଲୁଛି । ଆପଣଙ୍କୁ ସିନା ଦେଖାଯାଉନାହିଁ କିନ୍ତୁ ଏବେ ଲାଗୁଛି ଆପଣଙ୍କୁ ଶୁଣାଯାଉ ବି ନାହିଁ ।" ସ୍ୱାମୀ ଅବିମୁକ୍ତେଶ୍ୱରାନନ୍ଦଙ୍କ ଏଭଳି ପ୍ରତିକ୍ରିୟା ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ ଏକ ପଡକାଷ୍ଟରେ ନିଜ କଥା ରଖିବା ସମୟରେ ପ୍ରେମାନନ୍ଦ ଜୀ ମହାରାଜଙ୍କୁ ନେଇ ମନ୍ତବ୍ୟ ଦେଇଥିଲେ, ସେ କହିଥିଲେ କି ମୁଁ ଚ୍ୟାଲେଞ୍ଜ କରୁଛି କି ପ୍ରେମାନନ୍ଦ ସଂସ୍କୃତର ଗୋଟିଏ ବି ଅକ୍ଷର କହି ଦେଖାନ୍ତୁ କିମ୍ବା ମୋ ଶ୍ଲୋକଗୁଡ଼ିକର ଅର୍ଥ ବୁଝାଇ ଦିଅନ୍ତୁ ତେବେ ମୁଁ ତାଙ୍କୁ ଚମତ୍କାରୀ ମାନିଯିବି । ରାମଭଦ୍ରାଚାର୍ଯ୍ୟଙ୍କ ବୟାନ ଉପରେ ବିବାଦ ହେବା ପରେ ସେ ଏହା ଉପରେ ସ୍ପଷ୍ଟୀକରଣ ମଧ୍ୟ ଦେଇଥିଲେ ଏବଂ କହିଥିଲେ କି ସେ ପ୍ରେମାନନ୍ଦ ମହାରାଜଙ୍କ ଉପରେ କୌଣସି ଅଭଦ୍ର ମନ୍ତବ୍ୟ ଦେଇନାହାନ୍ତି । ଯେତେବେଳେ ବି ପ୍ରେମାନନ୍ଦ ଜୀ ତାଙ୍କୁ ଭେଟିବା ପାଇଁ ଆସିବେ ତେବେ ସେ ତାଙ୍କୁ ହୃଦୟରୁ ଆପଣାଇବେ । ସେ ତାଙ୍କର ପୁତ୍ର ସମାନ ବୋଲି ସେ କହିଛନ୍ତି । 

prema
prema Photograph: (google)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe