ଯାଜପୁରରେ ଲଜ୍ଜା, କର୍ମଜୀବୀ ମହିଳାଙ୍କୁ ହାତମୁହଁ ବାନ୍ଧି ଗଣଦୁଷ୍କର୍ମ

ଅଟୋରେ ବସି ଘରକୁ ଯିବା ବେଳେ ପଡ଼ିଲା ପିଶାଚଙ୍କ ପାପଆଖି । ଦୁଷ୍କର୍ମ ପରେ ମାରଣାସ୍ତ୍ରରେ ହାଣି ପକାଇଲେ ।

କର୍ମଜୀବୀ ମହିଳାଙ୍କୁ ହାତମୁହଁ ବାନ୍ଧି ଗଣଦୁଷ୍ମର୍ମ

କର୍ମଜୀବୀ ମହିଳାଙ୍କୁ ହାତମୁହଁ ବାନ୍ଧି ଗଣଦୁଷ୍ମର୍ମ Photograph: (kanakNews)

କନକ ବ୍ୟୁରୋ: ଯାଜପୁରରେ ଲଜ୍ଜା । ଯାଜପୁର ସହରରେ ଜଣେ କର୍ମଜୀବୀ ମହିଳାଙ୍କୁ ହାତ ମୁହଁ ବାନ୍ଧି ଦୁଷ୍ମର୍ମ ଘଟଣା ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପୀଡିତା ଲୋକଲଜ୍ୟା ସହ ଭୟଭୀତ ହୋଇ ଘଟଣା ପ୍ରକାଶ କରିବାକୁ ସକ୍ଷମ ହୋଇନଥିଲେ । ତେବେ ପରିବାର ପକ୍ଷରୁ ଏନେଇ ଥାନାରେ ଅଭିଯୋଗ ହୋଇଥିବା ବେଳେ  ଘଟଣାକୁ ୭୨ ଘଣ୍ଟା ବିତିଥିଲେ ମଧ୍ୟ ପୁଲିସକୁ ସଫଳତା ମିଳିପାରିନି । ସୂଚନା ଗତ ୨୨ ତାରିଖ ଦିନ ସଂଧ୍ୟା ସମୟରେ ଯାଜପୁର ଟାଉନ ଥାନା ନିକଟ ଗାନ୍ଧୀ ଛକ ଠାରେ ଜଣେ କର୍ମଜୀବୀ ମହିଳା ଘରକୁ ଯିବାକୁ ଗାଡିକୁ ଅପେକ୍ଷା କରିଥିଲେ। ଏହି ସମୟରେ ଜଣେ ଅଟୋ ଚାଳକ ମହିଳାଙ୍କୁ ଘର ପାଖ ବଜାରରେ ଛାଡି ଦେବାକୁ କହି ଡାକିଥିଲେ। ପୂର୍ବରୁ ଗାଡିରେ ୨ ଜଣ ଯୁବକ ବସିଥିବା ମହିଳା ଜଣକ ଗାଡିରେ ଆସିଥିଲେ ।

ଅଟୋରେ କିଛି ବାଟ ଗଲା ପରେ  ଯୁବକ ଦୁଇ ଜଣ ଗାଡି ଭିତରେ ମହିଳାଙ୍କ ପ୍ରତି ଦୁର୍ବ୍ୟବହାର କରିବା ସହ ମହିଳାଙ୍କ ଓଢଣୀରେ ତାଙ୍କ ମୁହଁ ଓ ହାତକୁ ବାନ୍ଧି ପକାଇଥିଲେ । ଏହାସହ ଯାଜପୁର ସହର ସଂଲଗ୍ନ ଏକ ନିଛାଟିଆ ଜାଗାକୁ ନେଇଥିବା ବେଳେ ସେଠାରେ ପୂର୍ବରୁ ୩ ଜଣ ମଦ୍ୟପ ଯୁବକ ଉପସ୍ଥିତ ରହିଥିଲେ । ପରେ ସମସ୍ତେ ମହିଳାଙ୍କ ଉପରେ ଗଣ ଦୁଷ୍ମର୍ମ କରିବା ସହ ତାଙ୍କୁ ମାଡ ମାରିଥିଲେ। ପୀଡ଼ିତା ଦୌଡ଼ି ପଳାଇବାକୁ ଉଦ୍ୟମ କରିବାରୁ ପିଶାଚମାନେ ମାରଣାସ୍ତ୍ରରେ ତାଙ୍କ ପିଠି,ହାତକୁ ହାଣି ପକାଇଥିଲେ । କିଛି ସ୍ଥାନୀୟ ଲୋକ ପୀଡ଼ିତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe