କନକ ବ୍ୟୁରୋ: ମାଲକାନଗିରିରେ ପୁଣି ଦୁଷ୍କର୍ମ । ମଦୁଲିପଡା ଥାନାରେ ଜଣେ ସ୍କୁଲ ଛାତ୍ରୀ ଦୁଷ୍କର୍ମର ଶିକାର ହୋଇ ଗର୍ଭବତୀ ହେବା ଓ ପରେ ଶିଶୁକୁ ଜନ୍ମ ଦେଇଥିବା ବେଳେ ଓରକେଲ ଥାନାର ଆଉ ଏକ ମାମଲାରେ ଜଣେ ୫୦ ବର୍ଷୀୟ ଗ୍ରାମବାସୀ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଲିଫ୍ଟ ଦେବା ବାହାନାରେ ଅପହରଣ କରି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । 

  • ମାଲକାନଗିରିରେ ଲଜ୍ଜା
  • ପୁଣି ପ୍ରସବ କଲେ ଛାତ୍ରୀ
  • ସ୍କୁଲ ଛାତ୍ରୀଙ୍କ ସହ ଦୁଷ୍କର୍ମ?
Advertisment

ଗତ ମଙ୍ଗଳବାର ଘଟିଥିବା ମାଲକାନଗିରି ଆଦର୍ଶ ଥାନା ଗଣଦୁଷ୍କର୍ମ ମାମଲା ଲୋକଙ୍କ ମନରୁ ନ ଲିଭୁଣୁ ପୁଣି ଦୁଇ ଦୁଇଟି ସ୍କୁଲ ଛାତ୍ରୀ ଦୁଷ୍କର୍ମ ମାମଲା ମାଲକାନଗିରିରେ ଚର୍ଚ୍ଚାର  ବିଷୟ ପାଲଟିଛି । ମୁଦୁଲିପଡା ଥାନା ଅନ୍ତର୍ଗତ ଏକ ସ୍କୁଲର ଜଣେ ଦଶମ ଶ୍ରେଣୀ ଛାତ୍ରୀ ଦୁଷ୍କର୍ମର ଶିକାର ହବା ପରେ ଗର୍ଭବତୀ ହୋଇଥିଲେ । ପାଖ ଗାଁ ର ଅଭିଯୁକ୍ତ ରାଜୁ ମଦୁଲିଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆସିଥିଲା । ପରିବାର ଲୋକେ ଜାଣିବା ପରେ ଦୁଇ ଗାଁ ଲୋକଙ୍କୁ ନେଇ ବୈଠକ ବସି ଥିଲା । ଆଉ ବୈଠକ ବେଳେ ଛାତ୍ରୀ ଜଣେ ଶିଶୁ କନ୍ୟାକୁ ଜନ୍ମ ଦେଇ ଥିବାରୁ ତାଙ୍କୁ ଖଇରପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇ ଥିଲା । ଡାକ୍ତର ଶିଶୁ କନ୍ୟାକୁ ମୃତ ଘୋଷଣା କରି ପିଡିତାଙ୍କ ଚିକିତ୍ସା ଜାରି ରଖିଛନ୍ତି । ସେପଟେ ମୁଦୁଲିପଡା ପୁଲିସ ଅଭିଯୁକ୍ତ ରାଜୁ ମୁଦୁଲିଙ୍କୁ ପୋକସୋ ମାମଲା ରେ ଗିରଫ କରି କୋର୍ଟ ଚାଲାଣ କରିଛି । 

  • ଲିଫ୍ଟ ଦେବା ବାହାନାରେ ଛାତ୍ରୀଙ୍କୁ ଦୁଷ୍କର୍ମ!
  • ଜଳଭଣ୍ଡାର ବୁଲାଇଲେ, ଦୁଷ୍କର୍ମ କଲେ

ଦଶମ ଶ୍ରେଣୀ ଛାତ୍ରୀଙ୍କ ସହ ଦୁଷ୍କର୍ମ ଅଭିଯୋଗ । ଓରକେଲ ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ନିଜ ସାଙ୍ଗ ସାଥିଙ୍କ ସହ ଘରକୁ ଫେରୁଥିବା ସମୟରେ ଦୟା ମାଢି ନାମକ ଜଣେ ୫୦ ବର୍ଷୀୟ ପରିଚିତ ଲୋକ ଲିଫ୍ଟ ଦେବା ବାହାନା ରେ ଅପହରଣ କରି ନେଇ ଥିଲେ । ଘର ଛାଡିବା ପରିବର୍ତ୍ତେ ଚିତ୍ରକୋଣ୍ଡା ଜଳଭଣ୍ଡାର ନେଇ ଯାଇ ଥିଲେ । ଫେରିବା ବାଟରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଆଉ କାହାରି କୁ ନ କହିବାକୁ ଧମକ ଦେଇ ଗାଁ ମୁଣ୍ଡରେ ଛାଡି ଚାଲି ଯାଇ ଥିଲେ । ଘଟଣା ପରେ ଦୟା ମାଢିକୁ ଗିରଫ କରିଛି ପୁଲିସ ।