କନକବ୍ୟୁରୋ : ଐତିହ୍ୟ ନଗରୀ କଟକରେ ଲଜ୍ଜା, ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ପୁରୁଷ ବନ୍ଧୁଙ୍କ ସମେତ ୬ଜଣ ଅଭଯୁକ୍ତଙ୍କୁ ବାନ୍ଧିଲା ପୁଲିସ୍। ଛାତ୍ରୀଙ୍କୁ ଗଣଦୁଷ୍କର୍ମ ହୋଇଥିବା ନେଇ ବାଦାମବାଡ଼ି ଥାନାରେ ହୋଇଥିଲା ଅଭିଯୋଗ ।

Advertisment

କଟକର ଜଣେ କଲେଜ ଛାତ୍ରୀଙ୍କୁ ବାରଙ୍ଗ ଅଞ୍ଚଳକୁ ନେଇ ବାରମ୍ବାର ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ କରାଯାଇଛି । ଛାତ୍ରୀଙ୍କ ନଗ୍ନ ଭିଡିଓ ଦେଖାଇ ଦୁର୍ବୃତ୍ତମାନେ ତାଙ୍କୁ ବ୍ଲାକମେଲ୍ କରିବା ସହ ବାରମ୍ବାର ଗଣଦୁଷ୍କର୍ମ କରାଯାଇଥିଲା । 

ଭିଡିଓ ରେକର୍ଡ କରି ଅଭିଯୁକ୍ତ ମାନେ ଏହାକୁ ଭାଇରାଲ୍ କରିଥିବା ମଧ୍ୟ ଅଭିଯୋଗରେ ଦର୍ଶାଯାଇଛି । ଛାତ୍ରୀଙ୍କ ସହିତ ଆପତ୍ତିଜନକ ଚାଟିଂ ମଧ୍ୟ କରାଯାଇଛି। ଏହି ଘଟଣାରେ ବାଦାମବାଡ଼ି ଥାନା ପୁଲିସ ୬ ଜଣଙ୍କୁ ଗିରଫ କରିଛି ।

 ଅଭିଯୁକ୍ତ ମାନେ ଝାଞ୍ଜିରୀମଙ୍ଗଳାର ଆଶୁତୋଷ, ଲକି, ଚନ୍ଦନ, ନୟାଗଡ଼ର ପୀତବାସ ଓ ସୁଶୀଲ, ବାରଙ୍ଗର ସୌମ୍ୟ। ଦଶହରା ସମୟରେ ପୁରୀଘାଟ ଥାନା ଅଞ୍ଚଳରେ ଯୁବତୀ ଜଣ ଜନ୍ମଦିନ ପାଳିବାକୁ ପୁରୁଷ ବନ୍ଧୁ ଆଶୁତୋଷଙ୍କ ପାଖକୁ ଆସିଥିଲେ । ଏହି ସମୟର ଦୃଶ୍ୟକୁ ଆଶୁତୋଷର ଆଉଜଣେ ବନ୍ଧୁ ରେକର୍ଡ କରିନେଇଥିଲା । ଏହି ଭିଡିଓକୁ ଯୁବତୀଙ୍କୁ ଦେଖାଇ ପରବର୍ତ୍ତୀ ସମୟରେ ଅଭିଯୁକ୍ତ ୬ଜଣ ବ୍ଲାକମେଲ୍ କରିବା ସହ ବିଭିନ୍ନ ସ୍ଥାନକୁ ଡାକି ଦୁଷ୍କର୍ମ କରିଥିବା ଅଭିଯୋଗ କରାଯାଇଛି ।

କିଛିଦିନ ପୂର୍ବରୁ ଯୁବତୀ ଜଣକ ବାଲିକୁଦା ଛକ ନିକଟରେ ଅଭିଯୁକ୍ତଙ୍କ ସହିତ ଛିଡ଼ା ହୋଇଥିବା ଯୁବତୀଙ୍କ ମାମୁ ଦେଖିବାକୁ ପାଇଥିଲେ । ପଚରାଉଚରା କରିବା ପରେ ସଂପୂର୍ଣ୍ଣ ଘଟଣା ସାମନାକୁ ଆସିଥିଲା। ଗଲା ମଙ୍ଗଳବାର ଦିନ ଏ ସଂକ୍ରାନ୍ତରେ ବାଦାମବାଡ଼ି ଥାନାରେ ଅଭିଯୋଗ ହୋଇଥିଲା । ପୁଲିସ ଏହି ଘଟଣାର ତଦନ୍ତ କରି ଉପରୋକ୍ତ ୬ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ମୋବାଇଲ୍‌ରୁ ଯୁବତୀଙ୍କ ନଗ୍ନ ଭିଡିଓ ମିଳିଛି। ଏହାକୁ ପରୀକ୍ଷା ପାଇଁ ରାଜ୍ୟ ଫରେନସିକ୍ ସାଇନ୍ସ ଲାବରେଟୋରିକୁ ପଠାଯାଇଛି ।