କନକ ବ୍ୟୁରୋ : ରାଉରକେଲାରେ ପୁଣି ଲଜ୍ୟା । ସହରରେ ଜଣେ ୧୭ ବର୍ଷୀୟ ନାବାଳିକା ଝିଅକୁ ଦୁଇ ବର୍ଷ ଧରି ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଜଣକ ନାବାଳିକା ଝିଅଙ୍କ ସମ୍ପର୍କୀୟ ବୋଲି ଜଣାପଡିଛି । ଦୁଇବର୍ଷ ଧରି ସମ୍ପର୍କୀୟ ସଂପୃକ୍ତ ନାବାଳିକାକୁ ନିର୍ୟାତନା ଦେଉଥିବା ଅଭିଯୋଗ ହୋଇଛି। ରଘୁନାଥପଲ୍ଲୀ ଥାନାରେ ଏତଲା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।