ଅଧା ରହିଗଲା ସ୍ୱପ୍ନ, ଗୋଟିଏ ଦୁର୍ଘଟଣା ସବୁ କିଛି ପାଉଁଶ କରିଦେଲା; ଚର୍ଚ୍ଚାରେ ବିମାନ ଦୁର୍ଘଟଣାର କୋ-ପାଇଲଟ୍ ଶାମ୍ଭବୀ ପାଠକ

Advertisment

ଶାମ୍ଭବୀ ଜଣେ ମେଧାବୀ ଏବଂ ସାହସୀ ପାଇଲଟ୍ ଥିଲେ । ସେ ମାତ୍ର ୨୫ ବର୍ଷ ବୟସରେ ଜଣେ ଫାଷ୍ଟ ଅଫିସର ଭାବେ ନିଜର ପରିଚୟ ସୃଷ୍ଟି କରିପାରିଥିଲେ । ସେ ଦିଲ୍ଲୀର ଏୟାରଫୋର୍ସ ବାଲ ଭାରତୀ ସ୍କୁଲରୁ ନିଜର ପାଠପଢ଼ା ଶେଷ କରିଥିଲେ

ଶାମ୍ଭବୀ ଜଣେ ମେଧାବୀ ଏବଂ ସାହସୀ ପାଇଲଟ୍ ଥିଲେ । ସେ ମାତ୍ର ୨୫ ବର୍ଷ ବୟସରେ ଜଣେ ଫାଷ୍ଟ ଅଫିସର ଭାବେ ନିଜର ପରିଚୟ ସୃଷ୍ଟି କରିପାରିଥିଲେ । ସେ ଦିଲ୍ଲୀର ଏୟାରଫୋର୍ସ ବାଲ ଭାରତୀ ସ୍କୁଲରୁ ନିଜର ପାଠପଢ଼ା ଶେଷ କରିଥିଲେ

26

Photograph: (kanak news)

କନକ ବ୍ୟୁରୋ: ମହାରାଷ୍ଟ୍ରର ବାରାମତିରେ ଘଟିଥିବା ମର୍ମନ୍ତୁଦ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯୁବ ପାଇଲଟ୍ କ୍ୟାପଟେନ ଶାମ୍ଭବୀ ପାଠକଙ୍କ କାହାଣୀ ଏବେ ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଶାମ୍ଭବୀ ଜଣେ ମେଧାବୀ ଏବଂ ସାହସୀ ପାଇଲଟ୍ ଥିଲେ । ସେ ମାତ୍ର ୨୫ ବର୍ଷ ବୟସରେ ଜଣେ ଫାଷ୍ଟ ଅଫିସର ଭାବେ ନିଜର ପରିଚୟ ସୃଷ୍ଟି କରିପାରିଥିଲେ । ସେ ଦିଲ୍ଲୀର ଏୟାରଫୋର୍ସ ବାଲ ଭାରତୀ ସ୍କୁଲରୁ ନିଜର ପାଠପଢ଼ା ଶେଷ କରିଥିଲେ । ପରେ ମୁମ୍ବାଇ ବିଶ୍ୱବିଦ୍ୟାଳୟରୁ ବି.ଏସସି (Aeronautics) ଡିଗ୍ରୀ ହାସଲ କରିଥିଲେ ।

ମହାରାଷ୍ଟ୍ରର ବାରାମତିଠାରେ ଘଟିଥିବା ମର୍ମନ୍ତୁଦ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯୁବ ପାଇଲଟ୍ କ୍ୟାପଟେନ ଶାମ୍ଭବୀ ପାଠକଙ୍କ କାହାଣୀ ସମସ୍ତଙ୍କୁ ମର୍ମାହତ କରିଛି । ମାତ୍ର ୨୫ ବର୍ଷ ବୟସରେ ଜଣେ ଦକ୍ଷ ଫାଷ୍ଟ ଅଫିସର ଭାବେ ନିଜର ପରିଚୟ ସୃଷ୍ଟି କରିଥିବା ଶାମ୍ଭବୀ, ଦିଲ୍ଲୀର ଏୟାରଫୋର୍ସ ବାଲ ଭାରତୀ ସ୍କୁଲରୁ ଶିକ୍ଷା ସମାପ୍ତ କରିବା ପରେ ପାଇଲଟ୍ ହେବାର ସ୍ୱପ୍ନ ନେଇ ନ୍ୟୁଜିଲାଣ୍ଡ ଇଣ୍ଟରନ୍ୟାସନାଲ କମର୍ସିଆଲ ପାଇଲଟ୍ ଏକାଡେମିରୁ ତାଲିମ ଗ୍ରହଣ କରିଥିଲେ । ପ୍ରାୟ ୧୫୦୦ ଘଣ୍ଟାର ଉଡ଼ାଣ ଅଭିଜ୍ଞତା ରଖିଥିବା ଶାମ୍ଭବୀ ପୂର୍ବରୁ ମଧ୍ୟପ୍ରଦେଶ ଫ୍ଲାଇଙ୍ଗ କ୍ଲବରେ ଜଣେ ଇନଷ୍ଟ୍ରକ୍ଟର ଭାବେ ଅନେକଙ୍କୁ ପ୍ରଶିକ୍ଷଣ ଦେଇଥିଲେ । 

ଆହୁରି ପଢନ୍ତୁ :ଦୁର୍ଘଟଣାସ୍ଥଳରେ ଡିଜିସିଏ, ଫରେନ୍ସିକ୍ ଟିମ୍ ; କେମିତି ହେଲା ଦୁର୍ଘଟଣା, ଚାଲିଛି କାରଣ ଖୋଜା

୨୮ ଜାନୁଆରି ୨୦୨୬ ସକାଳେ, ଅଜିତ ପାୱାରଙ୍କୁ ନେଇ ମୁମ୍ବାଇରୁ ବାରାମତି ଅଭିମୁଖେ ଯାଉଥିବା 'ଲିୟରଜେଟ୍ ୪୫' ବିମାନଟି ଅବତରଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଖରାପ ପାଗ ଓ ସ୍ୱଳ୍ପ ଦୃଶ୍ୟମାନତା ଯୋଗୁଁ ବିମାନଟି ରନୱେରୁ ଖସିପଡ଼ି ନିଆଁ ଲାଗିଯାଇଥିବା ସୂଚନା ମିଳିଥିଲା । ଖବର ଅନୁଯାୟୀ, ଦୁର୍ଘଟଣାର ମାତ୍ର କିଛି ସମୟ ପୂର୍ବରୁ ଶାମ୍ଭବୀ ନିଜ ମାଙ୍କୁ 'ଗୁଡ୍ ମର୍ଣ୍ଣିଂ' ମେସେଜ୍ ପଠାଇଥିଲେ, ଯାହା ଏବେ ପରିବାର ପାଇଁ ଏକ ଶେଷ ସ୍ମୃତି ହୋଇ ରହିଯାଇଛି । ସେ  ଜଣେ ସାହସୀ ଓ ମେଧାବୀ ପାଇଲଟ୍ ଭାବେ ସେ ସାରା ଦେଶ ପାଇଁ ଏକ ପ୍ରେରଣା ଥିଲେ । ଶାମ୍ଭବୀଙ୍କ ବିୟୋଗରେ ସାରା ଦେଶର ବିମାନ ଚଳାଚଳ କ୍ଷେତ୍ରରେ ଏକ ଶୋକର ଛାୟା ଖେଳିଯାଇଛି। ଜଣେ ସାହସୀ ଓ ଦକ୍ଷ ଯୁବ ପାଇଲଟ୍ ଭାବେ ତାଙ୍କୁ ସବୁଦିନ ମନେ ରଖାଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe