କନକ ବ୍ୟୁରୋ: ଉଚ୍ଚଶିକ୍ଷା ଅନୁଷ୍ଠାନ ଗୁଡିକରେ ଛାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ରାଜ୍ୟ ସରକାର ଆଜି ବଡ ଘୋଷଣା କରିଛନ୍ତି । ଏହି କାର୍ଯ୍ୟକ୍ରମର ନାମ ହେଉଛି ‘ଶକ୍ତିଶ୍ରୀ କାର୍ଯ୍ୟକ୍ରମ’। ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ୧୬ଟି ବିଶ୍ୱବିଦ୍ୟାଳୟ ଏବଂ ୭୩୦ଟି ସରକାରୀ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ଏହା କାର୍ଯ୍ୟକାରୀ କରାଯିବ । ଘୋଷଣା ଅନୁସାରେ

Advertisment

ଶିକ୍ଷାନୁଷ୍ଠାନରେ ସ୍ଥାୟୀ "ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ର" ସ୍ଥାପନ କରାଯିବ 
ଏହା ଛାତ୍ରୀଙ୍କ ଦ୍ୱାରା ପରିଚାଳିତ ହେବ 
ଜଣେ ଛାତ୍ରୀ "ଶକ୍ତିଶ୍ରୀ ସାଥୀ" ଓ ଜଣେ ଅଧ୍ୟାପିକା  "ଶକ୍ତିଶ୍ରୀ ସଂଯୋଜିକା" ଭାବରେ ପରିଚାଳନା କରିବେ 
ଜିଲ୍ଲାପାଳଙ୍କ ଦ୍ୱାରା ମନୋନୀତ ୫ ଜଣ ବିଶିଷ୍ଟ କାର୍ଯ୍ୟରତ ମହିଳା "ଶକ୍ତି ଅପା" ଭାବେ କାମ କରିବେ 
“ଶକ୍ତି ଅପା” ପ୍ରତି ୩ ମାସରେ ଶିକ୍ଷାନୁଷ୍ଠାନ ପରିଦର୍ଶନ କରିବେ ଏବଂ ଛାତ୍ରୀଙ୍କ ପାଇଁ ମେଣ୍ଟର ଭଳି କାର୍ଯ୍ୟ କରିବେ ।
ଛାତ୍ରୀଙ୍କୁ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଓ ଆଇନଗତ ଅଧିକାର ନେଇ ଶିକ୍ଷା ଦିଆଯିବ 
“ଶକ୍ତିଶ୍ରୀ ଆପ୍‌” ନାମରେ ଏକ ନୂତନ ମୋବାଇଲ ଆପ୍ କାର୍ଯ୍ୟକାରୀ ହେବ
ଆପ୍‌ ମାଧ୍ୟମରେ ଆଇସିସି ସମ୍ପର୍କରେ ସୂଚନା ଦିଆଯିବ 
ଆପରେ କମିଟିର ଅଧ୍ୟକ୍ଷ ଓ ସଦସ୍ୟଙ୍କ ଫୋନ୍‌ ନମ୍ବର ରହିବ 
ଛାତ୍ରୀ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେଲେ ପରିଚୟକୁ ଗୋପନୀୟ ରଖି ଅଭିଯୋଗ କରିପାରିବେ
ଅଭିଯୋଗ ସିଧାସଳଖ Internal Commiteeର ଅଧ୍ୟକ୍ଷଙ୍କ ନିକଟରେ ପହଂଚିବ। 
ଆପର SOS ବଟନକୁ ବ୍ୟବହାର କରି ଛାତ୍ରୀ ଶକ୍ତିଶ୍ରୀ ସାଥୀ ଏବଂ ଶକ୍ତିଶ୍ରୀ ସଂଯୋଜିକାଙ୍କ ସହ କଥା ହୋଇପାରିବେ ଓ ସାହାଯ୍ୟ ପାଇପାରିବେ 
ଆପରେ ଜିଲ୍ଲା ଲୋକାଲ୍ କମିଟି ସମ୍ବନ୍ଧରେ ମଧ୍ୟ ସବିଶେଷ ବିବରଣୀ ରହିବ 
ଛାତ୍ରୀ ଅଭିଯୋଗ ସମ୍ପର୍କରେ ଲୋକାଲ୍ କମିଟିକୁ ଅବଗତ କରାଇପାରିବେ
ଖୁବଶୀଘ୍ର ଆସିବ ଏସଓପି 
ଶିକ୍ଷକ ଓ ଅଣଶିକ୍ଷକ ପାଇଁ ଲାଗୁ ହେବ ସ୍ୱତନ୍ତ୍ର କୋଡ଼ ଅଫ୍ କଣ୍ଡକ୍ଟ 
କ୍ୟାମ୍ପସ ସୁରକ୍ଷାକୁ ନେଇ ପ୍ରତ୍ୟେକ କଲେଜ ବାର୍ଷିକ ରିପୋର୍ଟ ଦେବେ 
ପ୍ରତିବର୍ଷ ଡିସେମ୍ବର ମାସ ୩୧ ତାରିଖ ସୁଦ୍ଧା ରିପୋର୍ଟ ଦିଆଯିବ 
ଉଚ୍ଚ ଶିକ୍ଷାନୁଷ୍ଠାନରେ ସିସିଟିଭି କ୍ୟାମେରା ଲଗାଯିବ
ଆଇସିସି ସଦସ୍ୟ ଓ ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ରର ପରାମର୍ଶ ଅନୁଯାୟୀ ସିସିଟିଭି ସ୍ଥାନ ନିରୂପଣ ହେବ