କନକ ବ୍ୟୁରୋ: ଶାରଦୀୟ ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ଶକ୍ତିପୀଠ । ବିଭିନ୍ନ ପୀଠରେ ଆଜିଠୁ ଆରମ୍ଭ ହୋଇଛି ମାଆଙ୍କ ଷୋଡ଼ଶ ଉପଚାର ପୂଜା । ମୂଳାଷ୍ଚମୀଠାରୁ ମହାଷ୍ଟମୀ ଯାଏଁ ରିତିନୀତି ଅନୁଯାଇ ମାଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ମାଆଙ୍କ ଚାଲିବ। ଜଗତସିଂହପୁରର ଶାରଳା ପୀଠ, କଟକର ଗଡ଼ଚଣ୍ଡୀ, ଶ୍ରୀମନ୍ଦିର ସମେତ ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ଆଜିଠୁ ସ୍ୱତନ୍ତ୍ର ପୂଜା ବିଧି ଆରମ୍ଭ ହୋଇଛି ।

Advertisment

ଝଙ୍କଡବାସିନୀ ମାଆ ଶାରଳାଙ୍କ ପୀଠେର ଭକ୍ତିମୟ ପରିବେଶରେ ଆରମ୍ଭ ହୋଇଛି ପାବର୍ଣ ପୂଜା । ମୂଳାଷ୍ଟମୀରୁ ଆରମ୍ଭ ହୋଇଛି ମାଆଙ୍କ ଷୋଡ଼ଶ ଉପଚାର ପୂଜାର୍ଚ୍ଚନା । ପ୍ରାତଃକାଳରୁ ୧୦୮ ଗରା ଜଳ, ଚୁଆ, ଚନ୍ଦନ ଓ ଅଗୁର ସହିତ ସୁବାସିତ ଜଳେର ମାଙ୍କୁ ସ୍ନାନ କରାଇବା ସହ ଅବକାଶ ନୀତି କରାଯାଇଥିଲା । ମାଙ୍କୁ ସ୍ୱର୍ଣ୍ଣ ଅଳଙ୍କାରେର ସୁସଜ୍ଜିତ କରିବା ପେର ଲାଗି ହୋଇଥିଲା ବାଳେଭାଗ । ମାଙ୍କ ଆଜ୍ଞାମାଳ ଆସିବା ପେର ବିଶ୍ଵଶାନ୍ତି ଯଜ୍ଞଗୃହରେ ସ୍ଥାପନ କରାଯାଇଛି ମାଙ୍କ ଘଟ । ସେପଟେ ମାଙ୍କୁ ଦଶର୍ନ କରି ଆଶୀର୍ବାଦ ନେବାକୁ ପୀଠକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି । 

ସୁସଜ୍ଜିତ କଟକର ଶକ୍ତି ପୀଠ । ଭକ୍ତିମୟ ଏବଂ ଭାବମୟ ମନ୍ଦିର ପରିବେଶ । ମୂଳାଷ୍ଟମୀରେ ଗଡ଼ଚଣ୍ଡୀ ପୀଠେର ଘଟ ସ୍ଥାପନା କରାଯାଇ ମାଆଙ୍କୁ ସହସ୍ର କୁମ୍ଭାଭିଷେକ କରାଯାଇ ଧରାପୃଷ୍ଠକୁ ଆବାହନ କରାଯାଇଛି । ଏଥିପାଇଁ ମହାନଦୀର ଗଡ଼ଗଡ଼ିଆ ଘାଟେର ଘଣ୍ଟ ଘଣ୍ଟା ବାଦ୍ୟ ସହ ସପ୍ତତୀର୍ଥଙ୍କୁ  ଆବାହନ କରାଯାଇଥିଲା । ମନ୍ତ୍ରାଚାରଣ ପୂବର୍କ ଯଥାବିଧି ପୂଜାଚ୍ଚର୍ନା ପରେ ପୀଠକୁ ନିଆଯାଇଥିଲା କଳସ । ପରେ ମାଙ୍କ ମହାସ୍ନାନ କରାଯାଇ ରୀତିନୀତି ଅନୁଯାୟୀ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହୋଇଛି । ଗଡ଼ଚଣ୍ଡୀଙ୍କୁ ଦର୍ଶନ କରି ଭାବବିହ୍ଵଳ ହୋଇଛନ୍ତି ଭକ୍ତ । ଦୀପ ଜାଳି ମୁଣ୍ଡିଆ ମାରି ମାଙ୍କ ଆଶିଷ ନେଇଛନ୍ତି ।