କନକ ବ୍ୟୁରୋ: ଗ୍ୟାଙ୍ଗଷ୍ଟର ସକିଲ୍ର ଆତ୍ମସମର୍ପଣ । କଟକ ଜେଏମ୍ଏଫ୍ସି କୋର୍ଟରେ ଆଜି ଆତ୍ମସମର୍ପଣ କରିଛି ଗ୍ୟାଙ୍ଗଷ୍ଟାର ସକିଲ । ସକିଲ୍ର ଜାମିନ୍ ଆବେଦନ ଖାରଜ ହୋଇଛି । କିଛି ସମୟ ପରେ ଜେଲ୍ ପଠାଯିବ । ତେବେ ଗୋଟିଏ ପଟେ କଟକରେ ପୁଣି ଗ୍ୟାଙ୍ଗ ମୁଣ୍ଡ ଟେକୁ ଥିବା ବେଳେ ଗ୍ୟାଙ୍ଗଷ୍ଟର ସକିଲର ଜାମିନ ଆବେଦନ ଖାରଜ ହେବା ପୁଲିସକୁ ଆଶ୍ୱସ୍ତ କରିଛି ।
ଗତ କିଛି ଦିନ ତଳେ କଟକର ଭୁଆଶୁଣି ପଠାରେ ଡି ଗ୍ୟାଙ୍ଗର କିଛି ସଦସ୍ୟ ମେଳି କରିଥିବା ଖବର ସାମ୍ନାକୁ ଆସିଥିଲା । ପାର୍ବଣ ବେଳେ ଅପରାଧୀଙ୍କ ଏଭଳି ମେଳି ପୁଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/09/02/15-2025-09-02-17-37-32.jpg)