କନକ ବ୍ୟୁରୋ: ପ୍ରୟାଗରାଜର ସାଇନ୍ସ ଗ୍ରାଜୁଏଟ ଶୈଳେନ୍ଦ୍ର କୁମାର ଗୌର , ଏବେ ଚର୍ଚ୍ଚାରେ । କାରଣ ସେ ଏମିତି ଏକ ଇଞ୍ଜିନର ବାଇକ୍ ବନାଇଛନ୍ତି ଯେଉଥିରେ ଲିଟରେ ତେଲ ପକାଇଲେ ୧୭୦ରୁ ୨୦୦ କିଲୋମିଟର ଯାଏଁ ଗଡ଼ିବ । ତାଙ୍କର ଏହି ବାକ୍ ଅଟେମୋବାଇଲ ଦୁନିଆଁରେ ଏକ କ୍ରାନ୍ତି ଆଣିବ ବୋଲି କୁହାଯାଉଛି ।
ଶୈଳେନ୍ଦ୍ରଙ୍କ ଚର୍ଚ୍ଚିତ ବାଇକ୍
ଜମିବାଡ଼ି ବିକି ବାଇକ୍ ବନେଇଲେ
ଲିଟରେ ତେଲରେ ୨୦୦ କିଲୋମିଟର ଗଡ଼ୁଛି
ଶୈଳେନ୍ଦ୍ର କହିଛନ୍ତି, ’ସେ ଇଣ୍ଟରନ୍ୟାସନାଲ କମ୍ବସନ୍ ((IC) ଇଞ୍ଜିନରେ ପରିବର୍ତ୍ତନ କରିଛନ୍ତି ।ଫଳରେ ଇ୍ୟଜିନର ମାଇଲେଜ୍ ବଢିଛି ।ସେ ବନାଥିବା ବାଇକରେ ଏହି ଇଞ୍ଜିନ ଫିଟିଙ୍ଗ କରିଛନ୍ତି । ତାଙ୍କର ଏହି ବାଇକ୍ ୧୭୬ କିଲୋମିଟର ଯାଏଁ ଚାଲୁଛି । ତାଙ୍କ କହିବା କଥା ସେ ଏଥିରେ ଆହୁରି ପରୀକ୍ଷଣ ଚଳାଇଛନତି , ଯାହାର ମାଇଲେଜ୍ ୨୦୦ କିଲୋମିଟରକୁ ବଢ଼ିପାରିବ ।
ଶୈଳେନ୍ଦ୍ରଙ୍କ ଏହି ବାଇକ ୋକବଳ ମାଇଲେଜ୍ ପାଇଁ ଚର୍ଚ୍ଚିତ ନୁହେଁ ବରଂ ଏହା ଇକୋ ଫ୍ରେଣ୍ଡଲି। ଏଥିରେ ପ୍ରଦୂଷଣ ଶୂନ୍ । ତାଙ୍କ ବାଇକର ସାଇଲେନ୍ସର ତାପମାନ ବହୁତ କମ୍ , ଏଥିରୁ କାର୍ବନ୍ ମୋନୋକ୍ସାଇଡ୍ (CO) ର ମାତ୍ରା ପାଖାପାଖି ଶୂନ୍ । ସବୁଠୁ ବଡ଼ କଥା ହେଉଛି ଶୈଳେନ୍ଦ୍ରଙ୍କ ବାଇକ୍ କେବଳ ପେଟ୍ରୋଲରେ ନୁହେଁ ଡିଜେଲ ଓ ଏଥନଲରେ ବି ବି ଚାଲିପାରିବ ।
ତାଙ୍କର ଏଲହି ବାଇକ୍ ଇଞ୍ଚିନ ପୁରୁଣା ବାଇକଠାରୁ ପୂରା ଅଲଗା ।ପୁରୁଣା ଇଞ୍ଜିନ ଥିବା ଗାଡ଼ି ଅଧିକ ବାଟ ଗଲେ ଇଞ୍ଜନ ତାତି ଯାଉଥିଲା । ମ୍ୟାକ୍ସ ଥ୍ରଟ୍ ୨୫ ଡିଗ୍ରୀ ରହୁଥିଲା । କିନ୍ତୁ ଶୈଳେନ୍ଦ୍ର ବନାଇଥିବା ଇଞ୍ଜିନରେ ମ୍ୟାକ୍ସ ଥ୍ରଟ୍ ୬୦ ଡିଗ୍ରିରେ ସେଟ୍ କରିଛନ୍ତି । ଫଳରେ ଇଞ୍ଜିନରେ ତେଲରୁ ଅଧିକରୁ ଅଧିକ ଶକ୍ତି ଉତ୍ପନ୍ନ ହୋଇପାରୁଛି । ପୁରୁଣା ଇଞ୍ଜିନରେ ଇନ୍ଧନରୁ ମାତ୍ର ୩୦ ପ୍ରତିଶତ ଶକ୍ତି ଉତ୍ପନ୍ନ ହେଉଥଇବାବେଳେ ଶୈଳେନ୍ଦ୍ରଙ୍କ ବାଇକ୍ ଇଞ୍ଜିନରେ ୭୦ ପ୍ରତିଶତ ଯାଏଁ ଶକ୍ତି ଉତ୍ପନ୍ନ ହୋଇପାରୁଛି ।
ଏ କେଳ ଗୋଟେ ବାଇକ୍ ନୁହେଁ ବରଂ ଶୈଳେନ୍ଦ୍ରଙ୍କ ଦୀର୍ଘ ବର୍ଷର ସ୍ବପ୍ନର ସାକାର ରୂପ । ଏହାକୁ ତିଆରି କରବାକୁ କିଛି କମ୍ ତ୍ୟାଗ କରିନାହାନ୍ତି ଶୈଳେନ୍ଦ୍ର । ବାଇକ ତିଆରି କରିବାକୁ ଆବଶ୍ୟକ ଅର୍ଥ ପାଇଁ ସେ ନିଜର ଜମିବାଡ଼ି ବିକିଦେଲେ , ଘର ବନ୍ଧା ପକାଇଲେ । ଭଡ଼ା ଘରକୁ ୱକର୍ୟସପ୍ କରିଲେ । ନିଜେ ଗୋଟେ ଖାସ୍ ବାଇକ୍ ବନାଇବେ ବୋଲି ଟାଟା ମୋଟର୍ସର ଚାକିରିକୁ ଆଡେଇଦେଲେ ।
ହାଇ ମାଇଲେଜ୍ ଇଞ୍ଜିନ ବନାଇବାକୁ ଶୈଳେନ୍ଦ୍ର ମୋତିଲାଲ ନେହେରୁ ପ୍ରଦ୍ୟୋଗିକ ସଂସ୍ଥାନ (MNNIT) ର ପ୍ରଫେସର ଅନୁଜ ଜୈନଙ୍କ ସହ ମିଶି ୬ ମାସ ଧରି ପ୍ରତିଦିନ ୬ଘଣ୍ଟାରୁ ଅଧିକ ସମୟ ଇଞ୍ଜିନ ତିଆରି ପ୍ରୋସେସ ନୀରିକ୍ଷଣ କରୁଥିଲେ । ଶେଷରେ ତାଙ୍କର ନିଷ୍ଠା ଓ ପ୍ରତିବଦ୍ଧତା ରୂପ ପାଇଲା। ଏମିତି ବାଇକ୍ ତିଆରି କରି ସେଥିରେ ସ୍ବନିର୍ମିତ ଇଞ୍ଜିନ ସଂଲଗନ୍ନ କଲେ ଯାହା ଏବେ ୧ ଲିଟର ତେଳରେ ୧୭୬ କିଲୋମିଟର ଗଡ଼ୁଛି ।
ଶୈଳେନ୍ଦ୍ରଙ୍କ କହିବା କଥା, ସେ ଯେଉଁ ଜ୍ଞାନକୌଶଳରେ ଏହି ଇଞ୍ଜିନ ନିର୍ମାଣ କରିଛନ୍ତି, ସେଥିରେ ତିଆରି ଇଞ୍ଜିନ କେବଳ ବାଇକରେ ନୁହେଁ ବରଂ ପାଣି ଜାହାଜରେ ମଧ୍ୟ ଲାଗିପାରିବ। ଶେଷରେ ନିଜର କ୍ଷୋଭ ପ୍ରକାଶ କରି ଶୈଳେନ୍ଦ୍ର କହିଛନ୍ତି, ଦେଶ ଓ ପରିବେଶର ସୁରକ୍ଷ%ାକୁ ଦୃଷ୍ଟିରେ ରଖି ସେ ଏ ଇଂଜିନକୁ ତିଆରି କରିଛନ୍ତି କିନ୍ତୁ ଏହାକୁ ଅଟୋମୋବାଇଲରେ ବ୍ୟବହାର କରିବା ସରକାରଙ୍କ ଉପରେ ନିର୍ଭର କରେ ।