କନକ ବ୍ୟୁରୋ: ସହିଦ ମାଧୋ ସିଂ ହାତ ଖର୍ଚ୍ଚ ନେଇ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ ଜାରି ହେଲା ନିର୍ଦ୍ଦେଶନାମା। ଅଧାରୁ ପାଠ ଛାଡ଼ିଥିବା ହାର ହ୍ରାସ ପାଇଁ ଯୋଜନା କରୁଛନ୍ତି ସରକାର । ଏହି କ୍ରମରେ ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ନିମନ୍ତେ ପ୍ରୋତ୍ସାହନ ପାଇଁ ରାଜ୍ୟ ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି । ଯୋଜନା ଅଧୀନରେ ଅଷ୍ଟମରୁ ନବମକୁ ଉତ୍ତୀର୍ଣ୍ଣ ଏବଂ ଦଶମରୁ ଏକାଦଶ ଉତ୍ତୀର୍ଣ୍ଣ ହୋଇଥିବା ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହନ ରାଶି ଭାବେ ଏକକାଳୀନ ୫ହଜାର ଟଙ୍କା ପ୍ରଦାନ କରାଯିବ । ତେବେ ଏଥିପାଇଁ ଯୋଗ୍ୟତା ମାନଦଣ୍ଡ ଧାର୍ଯ୍ୟ କରାଯାଇଛି।
ଛାତ୍ରଛାତ୍ରୀଙ୍କର ପରିବାରର ବାର୍ଷିକ ଆୟ ଅଢ଼େଇ ଲକ୍ଷ ଟଙ୍କାରୁ ଅଧିକ ହୋଇନଥିବ। ଛାତ୍ରଛାତ୍ରୀମାନେ ଯେକୌଣସି ସରକାରୀ କିମ୍ବା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଶିକ୍ଷା ଲାଭ କରୁଥିବେ । ଏହି ଯୋଜନାର ଲାଭ ପାଇବାକୁ ଛାତ୍ରଛାତ୍ରୀମାନେ ଓଡ଼ିଶା ଷ୍ଟେଟ୍ ସ୍କଲାରସିପ ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ । ଯୋଜନା ଚଳିତ ବର୍ଷ ଶିକ୍ଷା ବର୍ଷଠାରୁ କାର୍ଯ୍ୟକାରୀ ହେବ।